ଭୂବନେଶ୍ବର: ଚଣ୍ଡିଗଡ ଠାରେ ଖେଳାଯାଇଥିବା ସର୍ବ ଭାରତୀୟ ସିଭିଲ ସର୍ଭିସ ଆଥେଲେଟିକ୍ସ ଚାମ୍ପିୟନସିପରେ ଓଡିଶାର ଚମତ୍କାର ପ୍ରଦର୍ଶନ । ଫେବୃଆରୀ ୧୯ ରୁ ୨୧ ମଧ୍ୟରେ ଖେଳାଯାଇଥିବା ଆଥେଲେଟିକ୍ସ ଚାମ୍ପିୟନସିପରେ ଓଡ଼ିଶାକୁ ପ୍ରଯତ୍ନ ବରାଳ ଅଧିନାୟକତ୍ଵ କରିଥିଲେ ।
ମହିଳା ବର୍ଗରେ ଜୟନ୍ତୀ ସେଠୀ, ଅଞ୍ଜନା ମୁଖି, ମନିଷା ମେରେଲ, ମଧୁସ୍ମିତା ଜେନା, ଲୋପାମୁଦ୍ରା ସାହୁ ଓ ସୁକାନ୍ତି ପାତ୍ରୋ ପ୍ରତିନିଧିତ୍ଵ କରିଥିବା ବେଳେ, ପୁରୁଷ ବର୍ଗରେ ରଞ୍ଜନ କୁମାର ସାହୁ, ରଜତ୍ କୁମାର ମହାନ୍ତି, ଲଷ୍ମୀଧର ମହାନ୍ତି, ହରି ବେହେରା, ପି.ସୂର୍ଯ୍ୟ ଭେଙ୍କଟ, ନଥନ ବେଶ୍ରା, ମନୋଜ କୁମାର ସେଠି, ରବି ସାବର ଓ ଟୁକୁ ସେଠି ପ୍ରତିନିଧିତ୍ଵ କରିଥିଲେ ।ମନୀଷା ମେରେଲଙ୍କୁ ୧୦୦ ମିଟର ଦୌଡ଼ ଏବଂ ଲମ୍ବ ଡିଆଁ ଉଭୟ ପ୍ରତିଯୋଗିତାରେ ଦୁଇଟି ସ୍ଵର୍ଣ୍ଣ ପଦକ ମିଳିଥିବାବେଳେ, ପୁରୁଷ ବର୍ଗରେ ଟୁକୁ ସେଠୀଙ୍କୁ ୧୦୦ ମିଟର ଦୌଡ଼ରେ ସ୍ଵର୍ଣ୍ଣ ପଦକ ମିଳିଛି । ସେହିପରି ହରି ବେହେରାଙ୍କୁ ଡିସକସ୍ ଥ୍ରୋରେ ରୌପ୍ୟ ପଦକ ଏବଂ ରଞ୍ଜନ ସାହୁଙ୍କୁ ସଟପୁଟ ଥ୍ରୋରେ ଓ ଲକ୍ଷ୍ମୀଧର ମହାନ୍ତିଙ୍କୁ ଟ୍ରିପଲ୍ ଡିଆଁରେ ବ୍ରୋଞ୍ଜ ପଦକ ପ୍ରାପ୍ତ ହୋଇଅଛି । ପ୍ରଯତ୍ନ ବରାଳଙ୍କୁ ଉପରୋକ୍ତ ପ୍ରତିଯୋଗିତା ନିମନ୍ତେ ପ୍ରଶିକ୍ଷକ ତଥା ପରିଚାଳକ ଭାବରେ ନିଯୁକ୍ତି ଦିଆଯାଇଥିଲା ।