ତୁଳସୀ ଜେନା ସ୍କୃତି ସଂସଦ ପକ୍ଷରୁ ପ୍ରଥମ ଶ୍ରାଦ୍ଧ ବାର୍ଷିକ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ
ଯାଜପୁର ___ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ଯେନାଙ୍କ ପନ୍ତି ସ୍ବର୍ଗତ ତୁଳସୀ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ସ୍କୃତି ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସମାଜରେ ବିଶେଷ ଅବଦାନ ଥିବା ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାପତି ପ୍ରାଧ୍ୟାପକ ଉପେନ୍ଦ୍ର ନାଥ ଧଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ପୃର୍ବତନ କର୍ପୋରେଟର ପୂର୍ଣ୍ଣଚନ୍ଦ୍ର ଜେନା, ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ବିଦ୍ୟାଧର ଜେନା। ଅତିଥି ମାନେ ମତପ୍ରକାଶ କରିଥିଲେ ଯେ ସ୍ବର୍ଗତା ଜେନା ପରୋପକାରୀ ଓ ଧର୍ମ ପାରାୟଣ ଥିଲେ । କୃତଜ୍ଞତା ଜଣାଇଥିଲେ କୃଷ୍ଣଚନ୍ଦ୍ର ଜେନା। ଶିକ୍ଷାବିତ ପ୍ରଦୀପ କୁମାର ଜେନା ରାମଧୁନ ଗାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ଶ୍ରୀହରି ସାହୁ, ଦୁର୍ଯ୍ୟୋଧନ ସାମଲ, ସୁଶାନ୍ତ କୁମାର ନାୟକ,ଚୈଧୁରୀ ଅତୁଲ କୁମାର ମଙ୍ଗରାଜ ମହାପାତ୍ର, ନାରାୟଣ ଚନ୍ଦ୍ର ଦାସ, ଅକ୍ଷୟ କୁମାର ବେହେରା, ଚୈତନ୍ୟ ଚରଣ ସାମଲ, ଭରତ ଚନ୍ଦ୍ର ନାୟକ, ହରେକୃଷ୍ଣ ସାମଲ, ଧନେଶ୍ୱର ଦାସ, ଚନ୍ଦ୍ର ଶେଖର ନାୟକ ପ୍ରମୁଖ ଯୋଗଦେଇ ଥିଲେ।ସମସ୍ତ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ପ୍ରଦୀପ କୁମାର ଜେନା । ଏ ସମସ୍ତ କାର୍ଯ୍ୟକ୍ରମକୁ ବିଷ୍ଣୁଚରଣ ଜେନା, ଧିରେନ୍ଦ୍ର କୁମାର ଜେନା, ଜ୍ଞାନେନ୍ଦ୍ର କୁମାର ଜେନା, ଅମରେନ୍ଦ୍ର ଜେନା, ନରେନ୍ଦ୍ର କୁମାର ଜେନା, ଶୈରେନ୍ଦ୍ର କୁମାର ଜେନା ଓ ବଂଧୁ ପରିବାର ବର୍ଗ ସହଯୋଗ କରିଥିଲେ।ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ