*ବିନା ଶ୍ରମିକରେ ଅତାବିରା ବ୍ଲକସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ*
ବରଗଡ:୨୧/୨(ପବିତ୍ର ମେହେର ) ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ସଭାଗୃହରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଓ ଜାତୀୟ ପଞ୍ଚଦଶ ଅର୍ଥ ଆୟୋଗ କମିଶନ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟ ଉପରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା।ବ୍ଲକ୍ ଅଧ୍ୟକ୍ଷା ଗୀତାଞ୍ଜଳୀ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଉପ ଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନଥ ସୁନା,ଅତିରିକ୍ତ ଗୋଷ୍ଠୀ ଅଧିକାରୀ ଗିରିନ୍ଦ୍ର ସାହୁ,ବ୍ଲକ୍ ପଞ୍ଚାୟତ ଅଧିକାରୀ,ଏ.ଇ.ଇ ମନସିବା ମହାପାତ୍ର ଓ ବ୍ଲକ ପ୍ରୋଗ୍ରାମ ଅଧିକାରୀ ଅଶୋକ କୁମାର ମୋଦି ମଞ୍ଚାସୀନ ରହିଥିଲେ।ପ୍ରଥମେ ସ୍ବଚ୍ଛତା ବଜାୟ ରଖିବା ପାଇଁ ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ରରେ ଧୂପ,ଦୀପ ଅର୍ପଣ କରିବା ସହ ପୂଜାର୍ଚ୍ଚନା କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।ଶିବିର ଆୟୋଜନ ହେବା ପୂର୍ବରୁ ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ରରେ ସ୍ବଚ୍ଛତା ହିଁ ସେବାର ଷ୍ଟାଣ୍ଡ ପୋଷ୍ଟର ସଭା ଗୃହ ଦ୍ଵାର ନିକଟରେ ରହିଛି ସତ କିନ୍ତୁ ସଭାଗୃହରେ ଦୀର୍ଘ ଦିନର ପଚାସଢ଼ା ଅଳିଆ ଆବର୍ଜନା ପଡ଼ି ରହିଥିବା ଯୋଗୁଁ ଦୁର୍ଗନ୍ଧ ସ୍ପଷ୍ଟ ଭାବରେ ବାରି ହେଉଥିଲା।ଏଭଳିକି ଶିବିର ଶ୍ରମିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ଗଣମାଧ୍ୟମକୁ ଖବର ନଦେଇ ହଠାତ୍ ଶିବିରର ଆୟୋଜନ ହୋଇଥିଲା।ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଏହି ଅଧିକାରୀ ବାବୁ ମାନଙ୍କୁ ଏସବୁ ଜଣା ଥିଲା ନା ଜାଣି ଅଜଣା ଚାଉଳର ଭାତ ରନ୍ଧା ହୋଇଥିଲା।ଇତି ମଧ୍ୟରେ ଆସନ୍ତା ୨୫ତାରିଖରେ ହେବାକୁ ଥିବା ପଞ୍ଚାୟତ ସମିତି ର ସ୍ଵତନ୍ତ୍ର ଅଧିବେଶନ ବିଷୟରେ ଗଣ ମାଧ୍ୟମକୁ ଜଣାଇସାରିଛନ୍ତି।କିନ୍ତୁ ଆଜି ର କାର୍ଯ୍ୟକ୍ରମର ଖବରକୁ କାହିଁକି ଜଣାଇ ନଥିଲେ ତାହା କେବଳ ସେଇ ସରକାରୀ ବାବୁମାନଙ୍କୁ ହିଁ ଜଣା।ଏନେଇ ଶିବିରରେ ଜିଲ୍ଲା ସ୍ତରୀୟ ଅଧିକାରୀ ଶ୍ରୀଯୁକ୍ତ ପାଣ୍ଡେଙ୍କୁ ଗଣମାଧ୍ୟମ ପଚାରି ବାରୁ ଭୁଲ ହୋଇଛି ଓ ଆଗାମୀ ଦିନରେ ସେଭଳି ହେବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।ଶିବିରରେ ୨୦୨୪ ମନରେଗା ଓ ୨୦୨୦ ରୁ ୨୦୨୪ ପର୍ଯ୍ୟନ୍ତ ପଞ୍ଚଦଶ ଅର୍ଥ କମିଶନ ଅନୁଦାନର ତ୍ରୁଟି ଓ ବିଚ୍ୟୁତି ର ସମୀକ୍ଷା କରା ଯାଇଥିଲା।ଏହି ବର୍ଷ ମାନଙ୍କର ସମସ୍ତ କାମ ସରିଯାଇଥିବା ଉପରେ ପୁଙ୍ଖାନୁପୁଙ୍ଖ ତଥା ତ୍ରୁଟି ଥିବା କାମ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।ଏଥିରେ ୨୪ଟି ପଞ୍ଚାୟତର ମନରେଗା ଯୋଜନା ରେ କାର୍ଯ୍ୟ କରିଥିବା ଶ୍ରମିକ ମାନେ ବାଦ୍ ପଡ଼ିଥିଲେ।କାଗଜ କଲମରେ ୧୦୦କାମ କରିଥିବା ଶ୍ରମିକ ମାନଙ୍କ ତାଲିକା ରହିଥିଲା ସତ,ହେଲେ ଶ୍ରମିକ ମାନଙ୍କ ଶିବିରରେ ଦେଖା ନଥିଲା।ଶିବିରରେ ଶ୍ରମିକଙ୍କ ବ୍ୟତୀତ ସମସ୍ତ ଜେଇ,୨୪ଟି ପଞ୍ଚାୟତର କେତେକ ଗ୍ରାମ୍ୟ ସମ୍ବଳ ବ୍ୟକ୍ତି, ପଞ୍ଚାୟତ ନିର୍ବାହୀ ଅଧିକାରୀ,ଗ୍ରାମ ପଞ୍ଚାୟତ ହିସାବ ରକ୍ଷକ,ଗ୍ରାମ ରୋଜଗାର ସେବକ, ନିର୍ବାଚିତ ପ୍ରତିନିଧି,ବ୍ଲକ୍ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।ପରିଶେଷରେ ଅତିରିକ୍ତ ଗୋଷ୍ଠୀ ଅଧିକାରୀ ଶ୍ରୀଯୁକ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।