(ଜଗତସିଂହପୁର ଜ଼ିଲ୍ଲା ଓକିଲ ସଂଘ ର ସୁବର୍ଣ୍ଣଜୟନ୍ତୀ ସମାରୋହ ଅନୁଷ୍ଠିତ )
ଜଗତସିଂହପୁର
ତା=22/2/25
ଜଗତସିଂହପୁର ଜ଼ିଲ୍ଲା ଓକିଲ ସଂଘ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି | ଜ଼ିଲ୍ଲା ଆଇନୀଜୀବି ସଂଘ ସଭାପତି ବରିଷ୍ଟ ଆଇନୀଜୀବି ରବୀନ୍ଦ୍ର ନାଥ ମହାନ୍ତି ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ହାଇକୋର୍ଟ ର ବରିଷ୍ଟ ବିଚାରପତି ଶଶିକାନ୍ତ ମିଶ୍ର ଆନୁଷ୍ଠାନିକ ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ସୁବର୍ଣ୍ଣ ଜୟନ୍ତୀ ସମାରୋହ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ |ବରିଷ୍ଟ ଆଇନୀଜୀବି ଗୋରାଚାନ୍ଦ କାନୁନଗୋ ଅତିଥି ପରିଚୟ ପ୍ରଦାନ କରିଥିଲେ |ମୁଖ୍ୟବକ୍ତା ଭାବେ ହାଇକୋର୍ଟ ର ବିଚାରପତି ଆଦିତ୍ୟ କୁମାର ମହାପାତ୍ର |ସଂମ୍ମାନିତ ଜଗତସିଂହପୁର ଜ଼ିଲ୍ଲା ଜଜ ଶ୍ରୀନିବାସ ପ୍ରତିହାରୀ ପ୍ରମୁଖ ଯୋଗଦେଇଥିଲେ | ଜ଼ିଲ୍ଲା ଓକିଲ ସଂଘ ର ସାଧାରଣ ସମ୍ପାଦକ ଆଇନୀଜୀବି ନରେଶ ଦାସ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ |ଏହି ଉପଲକ୍ଷେ ବରିଷ୍ଟ ଆଇନୀଜୀବି ରାଜ କିଶୋର ଖଟୁଆ, ରବୀନ୍ଦ୍ର ନାଥ ମହାନ୍ତି, ବିଳାସ ଚନ୍ଦ୍ର ଲେଙ୍କା, ଗୋରାଚାନ୍ଦ କାନୁନଗୋ, ଅତୁଲ୍ୟ ଚନ୍ଦ୍ର ଦାସ, ଦିନେଶ ଚନ୍ଦ୍ର ରାୟ, ପ୍ରମୁଖ ଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ |ଶେଷରେ ବରିଷ୍ଟ ଆଇନୀଜୀବି ପିତାମ୍ବର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ | ଜ଼ିଲ୍ଲା ଓକିଲ ସଂଘ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ରେ ସମସ୍ତ ସଦସ୍ୟ ଯୋଗଦେଇଥିଲେ |ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାରିବେଷିତ ହୋଇଥିଲା |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

/ March 25, 2025
No Comments