ମେଟ୍ରିକ୍ ପରୀକ୍ଷାର୍ଥୀ ଙ୍କ ଘରକୁ ଯାଇ ସନ୍ଦେହ ମୋଚନ
ଗତ ୨୧/୦୨/୨୦୨୫ ଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ତେଣୁ ପରୀକ୍ଷାର୍ଥୀ ଙ୍କ ମନରେ ସଂଶୟ ବଢ଼ିବାରେ ଲାଗିଛି । ସେହି ସଂଶୟକୁ ଦୂର କରିବା ପାଇଁ ଅମ୍ବାଭୋନା ବ୍ଳକ ର ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟ ଭୁକ୍ତା ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁ ଛାତ୍ରୀ ମାନଙ୍କ ଘରକୁ ଯାଇ ଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରାଉଛନ୍ତି । ପ୍ରତି ପରୀକ୍ଷା ପୂର୍ବଦିନ ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁ ଛାତ୍ରୀମାନଙ୍କ ଘରକୁ ଯାଇ ଛାତ୍ରୀ ମାନଙ୍କ ସନ୍ଦେହ ମୋଚନ କରୁଛନ୍ତି । ଓଡ଼ିଆ ପରୀକ୍ଷା ପୂର୍ବଦିନ ବଡ଼ ସରାଇ ପାଲି ଗାଁ ର ପୁନମ ସାହୁ ଓ ଯସ୍ମିନ ସାହୁ ଘରକୁ ଯାଇ ଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଛନ୍ତି । ରବିବାର ଦିନ ମଧ୍ୟ ତେଲିପାଲି ଗାଁ କୁ ଯାଇ ଛାତ୍ରୀ ମାନଙ୍କ ସନ୍ଦେହ ମୋଚନ କରିଛନ୍ତି । ପରୀକ୍ଷା ସରିବା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଳୁରହିବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି ।