ସିମିଳିଆ ବାଲିସାହିରେ ୪୨ତମ ଅଷ୍ଟପ୍ରହର ନାମଯଜ୍ଞ
ଢେଙ୍କାନାଳ, ୨୩/୨: ଢେଙ୍କାନାଳ ସହର ଉପକଣ୍ଠ ସିମିଳିଆ ବାଲିସାହିଠାରେ ୪୨ତମ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି । ଗତ ୨୨ ତାରିଖରେ କଳସ ଯାତ୍ରା ଓ କୁଞ୍ଜରେ ଠାକୁରଙ୍କୁ ସ୍ଥାପନ କରାଯାଇ ଅଖଣ୍ଡ ଦୀପ ସ୍ଥାପନ କରି ଅଧୁବାସ ପୂଜା ହୋଇଥିଲା । ଆଜି ଅହୋରାତ୍ର ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ ଆସନ୍ତା କାଲି ନଗର କୀର୍ତନ ଓ ପ୍ରସାଦସେବନ ଅନୁଷ୍ଠିତ ହେବ । ଆଖପାଖ ଅଂଚଳର ୨୨ଟି ମହିଳା ଓ ପୁରୁଷ ସଂକୀର୍ତନ ମଣ୍ଡଳୀ ଦ୍ୱାରା ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସୁଧାକର ମଲ୍ଲିକ, ବିମଳ ମଲ୍ଲିକ, ସଞ୍ଜିବ ମଲ୍ଲିକ, ଆର୍ତବନ୍ଧୁ ମଲ୍ଲିକ, ତତ୍ୱାବଧାନରେ ଅନୁଷ୍ଠିତ ହେଉଅଛି । ସମସ୍ତ କାର୍ଯ୍ୟକ୍ରମକୁ ସର୍ବେଶ୍ୱର ମଲ୍ଲିକ ପରିଚାଳନା କରୁଛନ୍ତି ।