ଭୂବନେଶ୍ୱର, ୨୩/୦୨ : ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ପରିବାରଙ୍କ ସଙ୍ଗେ ପ୍ରୟାଗରାଜ ଯାଇଥିବା ବେଳେ, ପବିତ୍ର ମହାକୁମ୍ଭ ଅବସରରେ ସଙ୍ଗମ ଜଳରେ ମହାସ୍ନାନ କରିଛନ୍ତି । ମହାସ୍ନାନର ଶେଷ ସପ୍ତାହ । ଆଉ ଦୁଇ ତିନି ଦିନ ପରେ ଖାଁ ଖାଁ ହେବାକୁ ଯାଉଛି ସଙ୍ଗମ ସ୍ଥଳ । ୧୪୪ ବର୍ଷ ପରର ଏ ପବିତ୍ର ମୂହୂର୍ତ୍ତ ହାତରୁ ଖସିଯାଉଥିବାରୁ, ଏବେ ଆସ୍ତାର ବୁଡ ପାଇଁ, ଦେଶ ବିଦେଶର କୋଣ ଅନୁକୋଣରୁ, ସଙ୍ଗମ ସ୍ଥଳକୁ ଛୁଟିଛଇ ଭକ୍ତଙ୍କ ସୁଅ ।
୨୬ ତାରିଖରେ ମହାକୁମ୍ଭ ସରୁଛି , ତା ଉପରେ ପୁଣି ସେଦିନ ମହାଶିବରାତ୍ରି, ଏହି ଦୁର୍ଲଭ ଅବସରରେ ସଙ୍ଗମରେ ପବିତ୍ର ବୁଡ ପକାଇବାକୁ ପ୍ରୟାଗରାଜରେ ଭକ୍ତଙ୍କ ସମାବେଗ ବଢୁଛି । ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅନୁରୋଧ କ୍ରମେ, ଆଜି ନିଜ ପରିବାର ସହ ମହାକୁମ୍ଭରେ ଯାଇ ବୁଡ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅତି ଆନନ୍ଦର ସହ ଆସ୍ତାର ଡୁବକି ଲଗାଇଛନ୍ତୀ ।