ତକ୍ଷଶିଳା ଗୁରୁକୁଳର ବାର୍ଷିକ ଉତ୍ସବ ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଜରପଡା ସ୍ଥିତ ତକ୍ଷଶିଳା ଗୁରୁକୁଳ ଶିକ୍ଷାନୁଷ୍ଠାନର ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ବରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପୋଲିସ ଅଧିକାରୀ ଶ୍ରୀ ତପନ କୁମାର ନାୟକ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇ ମଞ୍ଚ ପରିଚାଳନା କରିଥିଲେ। ମୁଖ୍ୟ ବକ୍ତା ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ ସମ୍ବଲପୁରର ଶିକ୍ଷକ ନବ କୁମାର ପଣ୍ଡା ଓ ମୁଖ୍ୟ ଉପଦେଷ୍ଟା ବଇଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ପ୍ରଧାନ ମଞ୍ଚାସୀନ ରହି ଅଭିଭାଷଣ ପ୍ରଦାନ କରିଥିଲେ।ସମ୍ମାନୀତ ଅତିଥି ଭାବରେ ଜରପଡା ପ୍ରଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ରଶ୍ମୀରଞ୍ଜନ ସାହୁ, ଥାନା ଅଧିକାରିଣୀ ନିର୍ମଳା ଗୋଚ୍ଛାୟତ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ପୁରୀର ପ୍ରଫେସର ଡ଼ଃ ସସ୍ମିତା ବନ୍ଦର ନାୟକ, ଖଲାରି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଅଧ୍ୟକ୍ଷ ଅରୁଣ କୁମାର ସାହୁ ଏବଂ ଜରପଡା ଗ୍ରାମ ସଭାପତି ନାରାୟଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସଭାକାର୍ଯ୍ୟ ପରେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା।ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ନାଚ,ଗୀତ ଓ ଅଭିନୟ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥଲା। ଉକ୍ତ କାର୍ଯ୍ୟକ୍ରମରେ ତକ୍ଷଶିଳା ଗୁରୁକୁଳର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସକ୍ରିୟ ସହଯୋଗ କରିଥିଲେ।

/ March 23, 2025
No Comments