ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ରେ ଆଜି ଫଗୁଣ ମାସର ପଙ୍କ ଉଦ୍ଧାର ଏକାଦଶୀ ପାଳିତ ହୋଇଯାଇଛି।ପ୍ରାତଃ ସମୟ ରୁ ମଙ୍ଗଳ ଆଳତି ମହାସ୍ନାନ, ବସ୍ତ୍ର, ତୁଳସୀ ହାର ଓ ଫୁଲହାର, ବଲ୍ଲଭ ଭୋଗ ଲାଗି କରାଯାଇଥିଲା, ସକାଳ ଦଶଟା ସମୟରେ ଖେଚୁଡ଼ି ଭୋଗ ,ମଧ୍ୟାହ୍ନରେ ଅର୍ଣ୍ଣ ଧୁପ ସନ୍ଧ୍ୟା ବେଳେ ଆଳତୀ ରାତ୍ର ଧୂପ ଏକାଦଶୀ ବେଢା ଓ ମହା ଦୀପ ଉଠିବ, ମନ୍ଦିର ପହଡ଼ ପଡିବ। ପୂଜକ ମଳୟ କର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ବ୍ରଜ ମୋହନ ମହାପାତ୍ର, କାହାଳିଆ ଟିକନ ବେହେରା, ଓ ମନ୍ଦିର ର ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀ, ଙ୍କ ଉପସ୍ଥିତ ରେ ଏହି ପଙ୍କ ଉଦ୍ଧାର ଏକାଦଶୀ ନୀତି ପାଳିତ ହୋଇଯାଇଅଛି।

/ March 23, 2025
No Comments