ରାଉରକେଲା: ସୁନ୍ଦରଗଡ ଜିଲ୍ଲା ଆମ୍ବିଆନ୍ସ ଛକ ନିକଟରୁ ଗଞ୍ଜେଇ ଭର୍ତ୍ତି ସରକାରୀ ବସ୍ ଜବତ ହୋଇଛି । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଚଢାଉ ବେଳେ ବସରୁ ୪ ପ୍ୟାକେଟ ଗଞ୍ଜେଇ ମିଳିଥିଲା, ଯାହାର ଓଜନ ୪୦ କେଜି ହେବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି ।
ସୂଚନାମୁତାବକ, ଏକ ସରକାରୀ ବସରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୋଲିସକୁ ବିଶ୍ଵସ୍ତ ସୂତ୍ରରୁ ଖବର ମିଳିଥିଲା ।
ଜୟପୁରରୁ ରାଉରକେଲା ଆସୁଥିବା ଉକ୍ତ ବସଟି ଆମ୍ବିଆନ୍ସ ଛକ ନିକଟରେ ଏକ ଦୋକାନ ପାଖରେ ଅଟକିଥିବାବେଳେ, ବସଟି ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା ।ବସରେ ଚଢ଼ାଉ କରି ପୋଲିସ ଗଞ୍ଜେଇ ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରିଛି । ଏହି ଘଟଣାରେ ପୋଲିସ ବସ୍ କଣ୍ଡକ୍ଟର ସହ ଅନ୍ୟ ୩ ଜଣଙ୍କୁ ଗିରଫ କରିଛି ।