ପିଏମ୍ କିଷାନ ସମ୍ମାନନିଧୂର ୬ ବର୍ଷ ପୂର୍ତୀ ଅବସର ବସରରେ ଜିଲ୍ଲା ସ୍ତରୀୟ କୃଷକ ସମ୍ମାନ ସମାରୋହ ଅନୁଷ୍ଠିତ

ଅନୁଗୋଳ, ୨୪/୦୨:- ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବିହାର ରାଜ୍ୟର ଭାଗଲପୁର ସହର ଠାରେ ଆୟୋଜିତ ସମାରୋହରେ ପି ଏମ୍ କିଷାନ ସମ୍ମାନ ନିଧିର ୬ ବର୍ଷ ପୂର୍ତ୍ତୀ ୯କୋଟି ୮ ଲକ୍ଷ ଚାଷୀ ଚାଷୀଙ୍କୁ ୨୨ ହଜାର କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସଭାଘର ଠାରେ ଜିଲ୍ଲା ସ୍ତରୀୟ କୃଷକ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ମାନ୍ୟବର ଅନୁଗୋଳ ବିଧାୟକଙ୍କ ପ୍ରତିନିଧି ଶ୍ରୀ ପ୍ରଭାତ କୁମାର ପ୍ରଧାନ, ମାନ୍ୟବର କେନ୍ଦ୍ର ଶିକ୍ଷ ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଙ୍କ ପ୍ରତିନିଧି ଶ୍ରୀ ଦିଲ୍ଲୀପ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

ବିହାର ଭାଗଲପୁର ଠାରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲାର ପ୍ରାୟ ୩୦୦ରୁ ଉର୍ଦ୍ଧ ଚାଷୀ ଭାଇ ଭଉଣୀମାନେ ଆଭାସି ମାଧ୍ୟମରେ ଯୋଡି ହୋଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି କହିଥିଲେ ଯେ, ଜିଲ୍ଲାର ୧ଲକ୍ଷ ୨୬ହଜାର ୮୮୩ ଜଣ କୃଷକ ପ୍ରାୟ ୨୫ କୋଟି ୩୭ ଲକ୍ଷ ୬୬ ହଜାର ଟଙ୍କା ଏହି ଯୋଜନାରେ ଲାଭାନ୍ବିତ ହେବେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଊମା ଶଙ୍କର ମିଶ୍ର, କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ.ଦେବାଶିଷ ମିଶ୍ର, ସହକାରୀ କୃଷି ନିର୍ଦ୍ଦେଶିକା ଶ୍ରୀମତୀ ପ୍ରଭାତି ରାମ, ସହକାରୀ କୃଷି ଅଧିକାରୀ ଶ୍ରୀମତୀ ଚିନ୍ମୟୀ ରଏ ଙ୍କ ସମେତ କୃଷି କାର୍ଯ୍ୟାଳୟର କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ ।