ବାବା ଆଖଣ୍ଡଳମଣୀଙ୍କ ପୀଠ ପାଇଁ ୧୦ କୋଟି ଘୋଷଣା
ଭଦ୍ରକ: ମହାଶିବରାତ୍ରୀ ଅବସରରେ ଭଦ୍ରକର ଆରଡ଼ି ପୀଠ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଖଣ୍ଡଳମଣି ପୀଠ ଉନ୍ନତିକରଣ ପାଇଁ ୧୦ କୋଟି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ପରିକ୍ରମା ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ଉନ୍ନୟନ ପାଣ୍ଠିରୁ ୧୦ କୋଟି ଟଙ୍କା ମନ୍ଦିରକୁ ପ୍ରଦାନ କରିଛନ୍ତି । ଏନେଇ ଉଚ୍ଚ ଶିକ୍ଷା ତଥା ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ଦେଇଛନ୍ତି ।ପବିତ୍ର ଜାଗର ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବାବା ଆଖଣ୍ଡଳମଣିଙ୍କ ପୀଠରେ ପହଞ୍ଚିଥିଲେ । ମନ୍ଦିର ପରିସରରେ ଥିବା ଗଣେଶ ମଣ୍ଡପରେ ସଂକଳ୍ପ, ଶ୍ରାବଣୀ ମହାଦେବଙ୍କ ନିକଟରେ ପୂଜାର୍ଚ୍ଚନା ସହ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିଥିଲେ । ଏହାପରେ ମନ୍ଦିର ପରିକ୍ରମା କରି ମନ୍ଦିରକୁ ଅନୁଦାନ ରାଶି ପ୍ରଦାନ କରିଛନ୍ତି ।