ଭୂବନେଶ୍ୱର: ଏବେ ବର୍ଷକୁ ୨ ଥର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆୟୋଜନ କରିବ ସିବିଏସଇ । ଏନେଇ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୁପାରିସ କରାଯାଇଛି । ମଙ୍ଗଳବାର ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ପଦକ୍ଷେପ ନିଆଯାଇଛି । ଏପରିକି ମନ୍ତ୍ରଣାଳୟ ପକ୍ଷରୁ ଏକ ଚିଠା ନୀତି ପ୍ରସ୍ତୁତ କରାଯିବ ।
ସିବିଏସ୍ଇର ସୂଚନା ଅନୁଯାୟୀ, ଛାତ୍ରଛାତ୍ରୀଙ୍କ ଉପରେ ପରୀକ୍ଷା ଚାପ କମାଇବାକୁ ସିବିଏସଇର ପଦକ୍ଷେପ ।
ଆସନ୍ତାବର୍ଷରୁ ବର୍ଷକୁ ୨ ଥର ପରୀକ୍ଷା ପାଇଁ ଅନୁମତି ମିଳିଛି । ଏହି ନିୟମ ୨୦୨୬ରୁ ଲାଗୁ ହେବ ।ପ୍ରଥମ ପର୍ଯ୍ୟାୟରେ ଫେବୃଆରୀ-ମାର୍ଚ୍ଚରେ ହେବ ପରୀକ୍ଷା । ଦ୍ବିତୀୟ ପର୍ଯ୍ୟାୟରେ ମେ ମାସରେ ହେବ ପରୀକ୍ଷା । ଛାତ୍ରଛାତ୍ରୀଙ୍କ ପାଖରେ ଦୁଇ ଥର ପରୀକ୍ଷା ଦେବାକୁ ବିକଳ୍ପ ରହିବ । ତେବେ ପ୍ରଥମ ପରୀକ୍ଷାରେ ଭଲ କରିନଥିଲେ ଦ୍ବିତୀୟ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ ।ବର୍ଷକୁ ଦୁଇଥର ହେବାକୁ ଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ସମ୍ପୂର୍ଣ୍ଣ ସିଲାବସ ଉପରେ ଆଧାରିତ ହେବ । ତେବେ ସମ୍ପୃକ୍ତ ବିଷୟର ପ୍ରାକ୍ଟିକାଲ ପରୀକ୍ଷା ବା ଆଭ୍ୟନ୍ତରୀଣ ମୂଲ୍ୟାୟନ କେବଳ ଥରେ ହେବ ।ଚିଠା ନୀତି ବାବଦରେ ଛାତ୍ରୀଛାତ୍ର, ଶିକ୍ଷକ, ଅଭିଭାବକଙ୍କ ମତ ନିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଅବଗତ କରାଯାଇଛି । ମାର୍ଚ୍ଚ ୯ ତାରିଖ ସୁଦ୍ଧା ମତାମତ ସଂଗ୍ରହ କରାଯିବ । ମତାମତ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।