ସିଦ୍ଧେଶ୍ୱର,ଐଶାନ୍ୟସର ଓ ବିଶେଶ୍ୱର ଶିବ ମନ୍ଦିରରେ ବଡ଼ ଆଡ଼ମ୍ବର ସହକାରେ ପାଳନ ହୋଇଛି ମହା ଶିବରାତ୍ରୀ
ଅନୁଗୋଳ , ୨୭ / ୦୨ ପବିତ୍ର ମହା ଶିବରାତ୍ରି ତଥା ଜାଗର ଉପଲକ୍ଷେ ବଳରାମପ୍ରସାଦ ଓ ନାଲକୋର ଅଞ୍ଚଳ ର ଶୈବ ପୀଠ ଚଳଚଞ୍ଚଳ ହୋଇଉଠିଥିଲା । ବଳରାମପ୍ରସାଦ ସିଦ୍ଧେଶ୍ୱର ଐଶାନ୍ୟସର ଓ ନାଲକୋର ବିଶେଶ୍ୱର ଶିବମନ୍ଦିର ରେ ମହାଆଡମ୍ବର ସହକାରେ ପାଳନ ହୋଇଯାଇଛି ମହା ଶିବରାତ୍ରୀ । ବାବାଙ୍କ ଏହି ମହାନ ପର୍ବରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ହେବାର ଲାଗିଥିଲା । ଭୋରୁ ୪ ଟା ସମୟରେ ବାବାଙ୍କ ପହଡ଼ ଖୋଲାଯାଇ ବିଭିନ୍ନ ନିତିକାନ୍ତି ସହ ମହା ସ୍ନାନ ଓ ମଙ୍ଗଳ ଆରତୀ ହେବା ସହ ଭକ୍ତଙ୍କ ଲାଗି ସାଧାରଣ ଦର୍ଶନ ବ୍ୟବସ୍ଥା ହୋଇଥିଲା । ଜାଗର ଯାତ୍ରା ରେ ଭିଡ କୁ ଲକ୍ଷ୍ୟ ରଖି ମନ୍ଦିର କମିଟି ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା । ମହାଦେବଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଲାଗି ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଥିଲା । ଦୀର୍ଘ ସମୟ ଧରି ଲମ୍ବା ଧାଡ଼ିରେ ଠିଆ ହେଉଥିବା ଭକ୍ତମାନେ ଯେପରି କୌଣଷି ପ୍ରକାର ସମସ୍ୟା ସମ୍ମୁଖୀନ ନହେବେ ତାଙ୍କ ପାଇଁ ସ୍ୱତନ୍ତ୍ର ବେବସ୍ତା ହୋଇଥିଲା । ସମଗ୍ର ପୀଠ ଉତ୍ସବ ମୁଖର ହୋଇଉଠିଥିଲା । ସନ୍ଧ୍ୟାରେ ମନ୍ଦିରକୁ ଭକ୍ତ ମାନେ ଆସି ଉଜାଗର ହୋଇ ନିଜର ମନସ୍କାମନା ପୂରଣ କରିବା ପାଇଁ ଜାଗର ଜାଳି ବସିଥିଲେ । ମହାଦୀପ ଉଠିବା ସମୟରେ ବହୁ ଭକ୍ତଙ୍କ ସମାଗମ ହେବା ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ନାଲକୋ ଆଲୁମିନିୟମ ମଜଦୂର ସଂଘର ସଭାପତି ମୁନା ସାମଲ ନାଲକୋ ଶିବମନ୍ଦିର ଏବଂ ବଳରାମପ୍ରସାଦ ପ୍ରସାଦ ସିଦ୍ଧେଶ୍ୱର ଓ ଐଶାନ୍ୟସର ଶିବମନ୍ଦିର କୁ ଯାଇ ମହାଦେବ ଙ୍କ ଦର୍ଶନ କରିବା ସହ କିପରି ସୁରକ୍ଷା ବ୍ୟବସ୍ଥା ଅଛି ବୁଲି ଦେଖିଥିଲେ ଏବଂ ଶାନ୍ତି ଶୃଙ୍ଖଳା ବ୍ୟବସ୍ଥା ଓ ସୁରକ୍ଷା କୁ ଦେଖି ମନ୍ଦିର କମିଟିର ସଦସ୍ୟ ମାନଙ୍କୁ ସାଧୁବାଦ ଯଣାଇଥିଲେ । ବଳରାମପ୍ରସାଦ ସିଦ୍ଧେଶ୍ୱର ଓ ଐଶାନ୍ୟସର ଶିବମନ୍ଦିର ରେ ରାତ୍ର ୪ ଟା ସମୟରେ ମହାଦିପ ଉଠିଥିଲା । ସେହିପରି ନାଲକୋର ବିଶେଶ୍ୱର ମହାଦେବ ଙ୍କ ମନ୍ଦିରରେ ରାତ୍ର ୧ ୩୦ ମିନିଟ ସମୟରେ ମହାଦିପ ଉଠିଥିଲା । ବଳରାମପ୍ରସାଦ ସିଦ୍ଧେଶ୍ୱର ଓ ଐଶାନ୍ୟସର ଶିବମନ୍ଦିର ଏବଂ ନାଲକୋର ବିଶେଶ୍ୱର ଶିବମନ୍ଦିର ରେ ଶ୍ରଦ୍ଧାଳୁ ଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।