ରାଉରକେଲା: ଏବେ ସାବାଡ ହେବେ ବାଲି ମାଫିଆ । ସରକାରୀ ସଂପତ୍ତି ଲୁଟ୍ କରି ମାଫିଆମାନେ ବ୍ୟକ୍ତିଗତ ଭାବେ ଲାଭବାନ ହେଉଛନ୍ତି । ଏମାନଙ୍କ ଉପରେ ସରକାର ନଜର ରଖିଛନ୍ତି । ବାଲି ଚୋରଙ୍କୁ ଏଣିକି ଛଡା ଯିବ ନାହିଁ । ବାଲି ଚୋରି ରୋକିବାକୁ ଅଣାଯିବ ନୂତନ ଆଇନ ବୋଲି ଗୁରୁବାର କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
ଆଜି ରାଉରକେଲା ହକି ଭିଲେଜରେ ଆୟୋଜିତ ବୁଦ୍ଧିଜୀବି ସମ୍ମିଳନୀରେ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଗଣମାଧ୍ୟମକୁ ସୂଚନା ଦେଇ ରାଜସ୍ବ ମନ୍ତ୍ରୀ କହିଛନ୍ତି ଯେ, ପୂର୍ବରୁ ବାଲି ଖାଦାନ ରାଜସ୍ବ ବିଭାଗ ଅଧୀନରେ ଆସୁଥିଲା ।
ପୂର୍ବ ସରକାର ଏହାକୁ ମାଇନ୍ସ ବିଭାଗକୁ ଆଣିଲେ । ରାଜ୍ୟ ସରକାର ଏବେ ନୂଆ ଭିତ୍ତିଭୂମି ତିଆରି ପାଇଁ ଲାଗିଛନ୍ତି । ଏଣିକି ବାଲି ଚୋରା ଚାଲାଣ ରୋକିବାକୁ ନୂଆ ଆଇନ ଅଣାଯିବ ।ଶ୍ରୀ ପୂଜାରୀ ଆହୁରି କହିଛନ୍ତି, ନୂଆ ସରକାର ଆସିବାର ୮ ମାସ ଭିତରର ବାଲିରୁ ଆସୁଥିବା ରାଜସ୍ୱରେ ବୃଦ୍ଧି ଘଟିଛି । ଆଗକୁ ବାଲି ଭଳି ଉତ୍ସରୁ ଆସୁଥିବା ରାଜସ୍ବର ଅଭିବୃଦ୍ଧି ଘଟିବା ସହ ବାଲି ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।