ନାଲକୋ ଆଞ୍ଚଳିକ ଟ୍ରକ ଜନକଲ୍ୟାଣ ମାଲିକ ସଂଘ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର
ଅନୁଗୋଳ, ୨୮ / ୦୨ ଆଜି ପୂର୍ବାହ୍ନରେ ନାଲକୋ ରିଜୁନାଲ୍ ଟ୍ରକ ଓଏଲଫେରା ଆସୁସେଶନ ର ସଭାପତି ପ୍ରବାସ ସାମଲଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ନେଇ ଟ୍ରକ ଲୋଡିଙ୍ଗ କୁ ନେଇ ଉପୁଜିଥିବା ସମସ୍ୟାର ସମାଧାନ ଦିଗରେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଲିଖିତ ଆକାରରେ ସମସ୍ୟା ଜଣାଇଛନ୍ତି । ସଂଘର ସଭାପତି ପ୍ରବାସ ସାମଲ ଙ୍କ କହିବା ଅନୁଯାୟୀ ଆସୁସେଶନ୍ ଟି ୨୦୦୪ ରେ ନୂତନ ଭାବେ ନିର୍ମିତ ହୋଇଥିବା ଦିନଠାରୁ ଟ୍ରକ ଗୁଡିକ ଆବଶ୍ଯକ ଅନୁଯାୟୀ ଠିକ୍ ଭାବରେ ଲୁଡିଙ୍ଗ ପାଇପାରୁନାହାନ୍ତି ଜାହା ଫଳରେ ଟ୍ରକ ଗୁଡିକ ଲୁନ୍ ରେ ନେଇ କ୍ରୟ କରିଥିବା ମାଲିକ ମାନେ ଠିକ ଭାବରେ ଲୋନ୍ ପରିଷଦ କରିପାରୁନାହିଁନ୍ତି ଏବଂ ଟ୍ରକ ଚାଳକ ମାନଙ୍କୁ ଦରମା ଟ୍ରକ ମାଲିକ ମାନେ ଠିକ୍ ସମୟରେ ଦେଇପାରୁନଥିବା କହିଛନ୍ତି । ଜାହାଫଳରେ ଟ୍ରକ ମାଲିକ ମାନେ ବହୁତ କ୍ଷତିର ସମ୍ମୁଖୀନ ହେବାକୁ ପଡୁଛି ବୋଲି କହିଛନ୍ତି । ନାଲକୋ ସି.ପି.ପି ପ୍ଲାଣ୍ଟ ରେ କାର୍ଯ୍ୟରତ ଦୁଇଟି ଟ୍ରକ୍ ମାଲିକ ସଂଘ ମଧ୍ୟରେ ଲୋଡିଙ୍ଗ ୫୦ ପ୍ରତିଶତ ହିସାବରେ ଭାଗ କରାଯାଇ ଅଲଗା ଅଲଗା ସିରିଏଲ କରି ସି.ପି.ପି ପ୍ଲାଣ୍ଟ ମଧ୍ୟରେ ପରିବହନ ହେଉଥିବା ପାଉଁଶ ତଥା ଅନ୍ୟାନ୍ୟ ସମସ୍ତ ମେଟ୍ରିଆଲ୍ ର ଲୋଡିଙ୍ଗ କରିବା ପାଇଁ ନାଲକୋ ଆଞ୍ଚଳିକ ଟ୍ରକ ମାଲିକ ସଂଘ ପକ୍ଷରୁ ଦ୍ରୃଢ ଦାବୀ କରାଯାଇଛି । ଜଦି ସାତଦିନ ମଧ୍ୟରେ କୌଣସି ସ୍ଥାୟୀ ସମାଧାନ ନ ହୁଏ, ନାଲକୋ ସି.ପି.ପି ପ୍ଲାଣ୍ଟ ରେ ହେଉଥିବା ସମସ୍ତ ପ୍ରକାରର ପରିବହନ କାର୍ଯ୍ୟକୁ ବନ୍ଦ କରି ଫାଟକ ସମ୍ମୁଖରେ ଆସନ୍ତା ୦୭ / ୦୩ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।