
ଦାମୀଗାଡି କମ ଦାମରେ କରାଇଦେବା ନିମନ୍ତେ ଭଣଜା ଠକିନେଲା ଲକ୍ଷାଧିକ ଟଙ୍କା
ଜଗତସିଂହପୁର ତା =28/2/25ଜଗତସିଂହପୁର ଥାନା ଅନ୍ତର୍ଗତ ଯଂକୋଟି ପଞ୍ଚାୟତ ଅରଣା ଗ୍ରାମର ଗତେଶ୍ୱର ସାହୁ ଙ୍କ ପୁଅ ଜିତେନ୍ଦ୍ର ସାହୁ ଙ୍କୁ ନିକଟ ସମ୍ପର୍କୀୟ ନାଉଗାଁ ଗଲଧାରୀ ସ୍ଥିତ ଭଣଜା ଜନ୍ମଞ୍ଜୟ ସାହୁ ଓରଫ ସୋନୁ ଦାମୀ ଗାଡି କୁ କମ ଟଙ୍କା ରେ ଯୋଗାଡ଼ କରାଇଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଜଗତସିଂହପୁର ଥାନାରେ ଅଭିଯୋଗ ହୋଇଛି |ଜଗତସିଂହପୁର ପୋଲିସ ଅଭିଯୋଗ କୁ ଭିତିକରି ଏକ ମାମଲା ୠଜୁକରି ଘଟଣା ର ତଦନ୍ତ ଚଳାଇଛି |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ