ଚମ୍ପୁଆ ନିର୍ବାଚନୀ ମଣ୍ଡଳରେ ବିଜେପି ଦଳରେ ଅସନ୍ତୋଷ ମୁଣ୍ଡ ଟେକିଲାଣି।
କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ବିଜେପି ଦଳରେ ରେ ଏବେ ଗୋଷ୍ଟି କନ୍ଦଳ ଓ ଅସନ୍ତୋଷ ଦେଖିବାକୁ ମିଳିଛି, ଯାହାର ଏକ ଜ୍ୱଳନ୍ତ ଉଦାହରଣ ଗତକାଲି ଚମ୍ପୁଆ ଟାଉନହଲ ରେ ଏକ ପ୍ରସ୍ତୁତି ବୈଠକରେ ଦେଖାଯାଇଛି। ଯାହାକି ସୂଚନା ରହିଛି ଯେ, ମୁଖ୍ୟମନ୍ତ୍ରୀ ଙ୍କ ଚମ୍ପୁଆ ଗସ୍ତକୁ ନେଇ ବିଜେପି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଚମ୍ପୁଆ ଟାଉନ ହଲ ରେ ଆୟୋଜିତ ହୋଇଥିଲା, ଯେଉଁଥିରେ ଚମ୍ପୁଆ ର ସମସ୍ତ ୯ଟି ମଣ୍ଡଳ ର କାର୍ଯ୍ୟକର୍ତା ମାନେ ଯୋଗ ଦେଇଥିଲେ।ତେବେ ଗତ ଦୁଇ ବର୍ଷ ତଳୁ ଦଳରୁ ନିଲମ୍ବିତ କିଛି ନେତା ଙ୍କୁ ଏହି ବୈଠକରେ ବାହସ୍ପଟମାରୁଥିବା ଦେଖି କିଛି କାର୍ଯ୍ୟକର୍ତା ପ୍ରତିକ୍ରିୟା ପ୍ରକାଶ କରିଥିଲେ।ନିଲମ୍ବିତ ନେତା ଶ୍ରିମନ୍ତ ତ୍ରିପାଠୀଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇ ନଥିଲେ ମଧ୍ୟ କିଭଳି ସେମାନେ ପାର୍ଟି ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଲେ, ସେମାନଙ୍କୁ କିଏ ଏହି ବୈଠକକୁ ଡାକିଲା ସେ ନେଇ କାର୍ଯ୍ୟକର୍ତା ମାନେ ପ୍ରଶ୍ନ କରିବା ସହ ମିଟିଂ ସ୍ଥାନ ପରିତ୍ୟାଗ କରିଥିଲେ।ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପୂର୍ବରୁ ବିଜେପି କର୍ମୀ ମହଲରେ ଏଭଳି ଅସନ୍ତୋଷ ଏବେ ସାମାଜିକ ଗଣ ମାଧ୍ୟମ ରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି,ତେବେ ଅସନ୍ତୋଷ କୁ ଯଦି ପ୍ରଶମିତ କରାନଯାଏ ଆଗାମୀ ଦିନରେ ଏହା ଉଗ୍ର ରୂପ ଧାରଣ କରିବ ଏଥିରେ କୌଣସି ସନ୍ଦେହ ନାହିଁ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ