ବ୍ରଜେଶ୍ଵରୀ ଧଳଙ୍କ ବିୟୋଗରେ ସ୍କୁତି ଚାରଣ ସଭା ଓ ରକ୍ତଦାନ ଶିବିର ଅନୁଷ୍ଠିତ
ଯାଜପୁର ____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଗୁହାଳି ପଞ୍ଚାୟତର ଅବସରପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବ୍ରଜେଶ୍ଵରୀ ଧଳଙ୍କ ଦ୍ଵାଦଶାହାରେ ଏକ ସ୍କୁତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟକ ଜଗନ୍ନାଥ ଧଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସକ ରମେଶ ଚନ୍ଦ୍ର ରାଉତ, ମୁଖ୍ୟ ବକ୍ତା ଭାବେ ବିଡ଼ିଓ ହିତାଶୁ ସାମଲ, ସମ୍ମାନିତ ଅତିଥି ଭାବେ ପ୍ରଭାସ ଚନ୍ଦ୍ର ଦାସ,ଅଧ୍ୟାପିକା ଜ୍ୟୋତିର୍ମୟୀ ରାୟ, ଦେବେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ସ୍କୁତିରେ ବ୍ରଜେଶ୍ଵରୀ ପତ୍ରିକା ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡିଆରଡିଏର ଅବସରପ୍ରାପ୍ତ ବଡ଼ବାବୁ ଦେବୀପ୍ରସନ୍ନ ଧଳ,ପୃର୍ବତନ ସରପଞ୍ଚ ଅଟଳ ବିହାରି ନାୟକ, ପ୍ରମୋଦ କୁମାର ସାମଲ, ଆଶାଲତା ରାଉତ, ରବିନ୍ଦ୍ର କୁମାର ଜେନା, ପ୍ରଫୁଲ୍ଲ ଦାସ,ନଟବର ବେଉରିଆ, ବିଜନ ଦାସ, ଅଧ୍ୟାପକ ଆଲୋକ କୁମାର ସାମଲ, ଅଧ୍ୟାପକ ସୁନୀଲ କୁମାର ରାୟ ଙ୍କ ସମେତ ବହୁ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ ଧଳଙ୍କ ବିଷୟରେ କହିଲେ ଯେ ସେ ଜଣେ ସମାଜସେବୀ, ଧର୍ମପରାୟଣ, ପରୋପକାରୀ ଓ ଦୟାଳୁ ଥିଲେ ।ଯିଏ ଯାଉଥିଲା ତାଙ୍କ ପାଖକୁ ସେ କେବେ ଖାଲି ହାତରେ ଫେରୁ ନ ଥିଲା । ସେଥିପାଇଁ ସେ ସମସ୍ତଙ୍କର ପ୍ରିୟର ପାତ୍ର ଥିଲେ। ଏ ସମସ୍ତ କାର୍ଯ୍ୟକ୍ରମକୁ ସମାଜସେବୀ ଚନ୍ଦ୍ର ଶେଖର ଧଳ,ଶିବ ସୁନ୍ଦର ଧଳ ଓ ଛିଅ, ଜୋଇଁ ଓ ପରିବାରର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ।ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ