ସମାଜ ସଂସ୍କାର ଏବଂ ମାନବ ଜାତିର ସୁରକ୍ଷ୍ୟା ନିମନ୍ତେ ସଂଗଠିତ ହେବା ଅପରିହାର୍ଯ୍ୟ
ଭବାନୀପାଟଣା, କଳାହାଣ୍ଡି କରଣ ସମାଜର ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁଙ୍କ ନୂତନ ମନ୍ଦିର ଏବଂ ବିଗ୍ରହ ପ୍ରାଣପ୍ରତିଷ୍ଠ ଉତ୍ସବ ଚାରିଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଚ୍ଛି। ଇତି ଅବସରରେ ପ୍ରତେହ ସଂଧ୍ୟାରେ ପ୍ରଭୁଙ୍କ ପୂଜାର୍ଚନା ସହ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା । ସମାଜ ସଂସ୍କାର, ଶାନ୍ତି ମୈତ୍ରୀ ଏବଂ ପ୍ରୀତି ତଥା ଭାଇଚାରା ସୃଷ୍ଟି କରି ସମାଜକୁ ନୂଆ ଦିଶା ଦେଖେଇବା ଦିଗରେ ଆମ୍ଭମାନଙ୍କୁ ସୁ ସଂଘଠିତ ହୋଇ କାର୍ଯ୍ୟ କଲେ ଯାଇଁ ସମାଜ ଏବଂ ରାଷ୍ଟ୍ରର ମଙ୍ଗଳ ହୋଇଥାଏ ବୋଲି ମଞ୍ଚାସିନ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ସମାଜର ସଭାପତି ରାମ ଶଙ୍କର ଦାସ ଏବଂ ସମ୍ପାଦକ ପ୍ରଦୀପ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିବା ପ୍ରଭୁ ଚିତ୍ରଗୁପ୍ତଙ୍କ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଟିକୁ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀଙ୍କ ଦ୍ୱାରା ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସେଇଭଳି ଦ୍ଵିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ସଦର ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ ଯୋଗ ଦେଇଥିବାବେଳେ ସାଂସ୍କୃତିକ ସନ୍ଧ୍ୟାରେ ମହିଳା ମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରିବା ପରେ ନୃତ୍ୟ ଏବଂ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ମାନ ପରିବେଷଣ ହୋଇଥିଲା I ସୌରଭ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ପ୍ରୀତି ପଟ୍ଟନାୟକ ଏବଂ ସୁଧୃତି ଦାସଙ୍କ ଦ୍ୱାରା ଅଭିନୟ କରିଥିବା ନାଟକଟି ବେଶ ହୃଦୟସ୍ପର୍ଶି ଏବଂ ଚିତାକର୍ଷକ ହୋଇଥିଲା I ପୂର୍ବ ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାଇ ତା ୨୮ ରିଖ ରାତ୍ର ୧୦ ଘଟିକା ସମୟରେ ଚିତ୍ରଗୁପ୍ତ ମହାପ୍ରଭୁଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ସେହିପରି ତୃତୀୟ ଦିବସ ତଥା ଗତ ଶନିବାର ଦିନ ନର୍ଲା ବିଧାୟିକା ମନୋରମା ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ ସୁଖେନ୍ଦୁ ଦାସ, ଦେବକିଶୋର ଦାନୀ, ଦୟାସାଗର ପଟ୍ଟନାୟକ ପ୍ରମୁଖ ମଂଚାସୀନ ଥିଲେ I ଅପରାହ୍ନ 3 ଘଟିକା ସମୟ ରେ ପୂଜା ଵିଧି ରୀତି ନୀତି ଅନୁଯାଇ ମନ୍ଦିରର “ରତ୍ନମୁଦ”କାର୍ଯ୍ୟକ୍ରମ ସମାପନ ହୋଇଥିଲା ତୃତୀୟ ସାଂସ୍କୃତିକ ସନ୍ଧ୍ୟାରେ ଦର୍ଶକ ମାନଙ୍କ ମନରଞ୍ଜନ ନିମନ୍ତେ ନାଟ୍ୟକାର ବିରଞ୍ଚି ନାରାୟଣ ମୁଣ୍ଡ ଏବଂ ଅଶୋକ ରାୟଙ୍କ ନିର୍ଦେଶନାରେ ମଞ୍ଚସ୍ଥ ନାଟକ “ଚାଲିବାକୁ ଅଛି ବାକି ” ପାରିବେଷଣ ହୋଇଥିଲା। ଆଜି କାର୍ଯ୍ୟକ୍ରମ ର ଚତୁର୍ଥ ତଥା ଅନ୍ତିମ ଦିବ ଦିବସରେ ଅତିଥିମାନଙ୍କ ମଧ୍ୟରୁ ସମ୍ବଲପୁରର ପୂର୍ବତନ ରାଜ୍ୟସଭା ସାଂସଦ ସୁଶ୍ରୀ ପ୍ରମିଳା ବହିଦାର, ରାଷ୍ଟ୍ରୀୟ ସଂଗ୍ରକ୍ଷକ ଅଖିଳ ଭାରତୀୟ କାୟସ୍ଥ ମହାସଭା ଶ୍ରୀ ରତ୍ନଭୂଷଣ ପୃସେଠ୍, ଅବସର ପ୍ରାପ୍ତ ଜିଲ୍ଲାପାଳ ଜଗନ୍ନାଥ ମହାନ୍ତି, ବିକ୍ରମାନନ୍ଦ ବହିଦାର, ଭୁବନେଶ୍ୱରରୁ ଆସିଥିବା ବରିଷ୍ଠ ସମାଜସେବୀ ଶ୍ରୀମତୀ ଋତୁପର୍ଣ୍ଣା ମହାନ୍ତି, ଶିରିଶ କୁମାର ବହିଦାର ଆଦି ମଞ୍ଚାସିନ ହୋଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିବା ସହ ସମାଜର ଦାୟିତ୍ୱବୋଧ ଏବଂ ସଂଗଠନ କୁ ନେଇ ମାର୍ଗଦର୍ଶନ ଦେବା ସହ ଓଡିଶା ତଥା ସର୍ବ ଭାରତୀୟ ସ୍ତରରେ ଏହିଭଳି ଭବ୍ୟ ମନ୍ଦିର ନିର୍ମାଣରେ କଳାହାଣ୍ଡି ପ୍ରଥମ ବୋଲି ମତପ୍ରକାଶ କରିଥିଲେ।ସମାଜ ତରଫରୁ ସଭାପତି ରାମ ଶଙ୍କର ଦାସ, ସମ୍ପାଦକ ପ୍ରଦୀପ ପଟ୍ଟନାୟକ, ମୁଖ୍ୟ ଉପଦେଷ୍ଟା କାଳୀ ପ୍ରସାଦ ପଟ୍ଟନାୟକ, ମହିଳା ସମ୍ମୁଖ୍ୟ ମୁଖ୍ୟ ସୁଶ୍ରୀ ସବିତା ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ ଏବଂ ପୂର୍ବତନ ବିରୋଧୀ ଦଳନେତା ଭୂପିନ୍ଦର ସିଂ ଉପସ୍ଥିତ ରହି ପ୍ରଭୁଙ୍କ କୃପା ଭିକ୍ଷ୍ୟା ଲାଭ କରିଥିଲେ I ପ୍ରମୋଦ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବାବେଳେ ଇ ଜିଲ୍ଲାର ବିଭିନ୍ନ ସମାଜର ସଭାପତି, ସମ୍ପାଦକ ଏବଂ ସାମ୍ବାଦିକ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ଫୁଲତୋଡ଼ା, ଉତ୍ତରୀୟଏବଂ ଫଳକ ପ୍ରଦାନ କରି ସମ୍ମାନିତ କରାଯାଇଥିଥିଲା I ଏହାପରେ ମନ୍ଦିରର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ସମାପନ୍ନ ହୋଇଥିଲା I ପରିଶେଷରେ ଅନ୍ତିମ ସାଂସ୍କୃତିକ ସାନ୍ଧ୍ୟରେ ମହିଳାମାନଙ୍କ ଦ୍ୱାରା ପରିବେଶିତ ନାଟକ “ବୃଦ୍ଧାଶ୍ରମର ଶେଷ ଠିକଣା” ଅତ୍ୟନ୍ତ ହୃଦୟ ବିଦାରକ ଏବଂ ଶିକ୍ଷଣୀୟ ହୋଇଥିଲା I ସମାଜ ତରଫରୁ ଚାରିଦିନ ବ୍ୟାପି ପ୍ରତେହ ସର୍ବସାଧାରଣଙ୍କ ନିମନ୍ତେ ମଧ୍ୟାହ୍ନ ଏବଂ ରାତ୍ରରେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା I ସମାଜ ତରଫରୁ ସମସ୍ତ ସଦସ୍ୟ ସଦସ୍ୟା ମନ୍ଦିର ପ୍ରତିଷ୍ଠା ଏବଂ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବର ସମସ୍ତ କାର୍ଯ୍ୟକ୍ରମ ରେ ବିଭିନ୍ନ ଦାୟିତ୍ୱମାନ ନେଇ ସହଯୋଗ କରିଥିଲେ Iକଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ନାରାୟଣ ନାୟକଙ୍କ ରିପୋର୍ଟ