ବାପ, ମା, ଭଉଣୀ ଙ୍କୁ ମାରି ଅଭିଯୁକ୍ତ ର ଜଗତସିଂହପୁର ଥାନାରେ ଆତ୍ମ ସମର୍ପଣ
ଜଗତସିଂହପୁର ତା =3/3/25ଜଗତସିଂହପୁର ପୌର ପରିଷଦ ଦଶ ନମ୍ବର ୱାର୍ଡ ରେ ସୋମବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି | ଅଭିଯୁକ୍ତ ସୂର୍ଯ୍ୟକାନ୍ତ ଘର ଭିତରେ ତାର ବାପ, ମା, ଭଉଣୀ ଙ୍କୁ ନିର୍ମମ ଭାବେ ହତ୍ୟା କରି ଜଗତସିଂହପୁର ସଦର ଥାନାରେ ଆତ୍ମ ସମର୍ପଣ କରିଥିବା ସୂଚନା ମିଳିଛି |ଏଭଳି ଅଭାବନୀୟ ଘଟଣା ଯାହା ଜ଼ିଲ୍ଲା ବାସୀ ଙ୍କୁ ଚକିତ କରିଛି |ଖବର ନେବାରେ ଜଣାପଡିଛି ଜଗତସିଂହପୁର ପୌର ପରିଷଦ ଦଶ ନମ୍ବର ୱାର୍ଡ ଜୟବଡ଼ ଅଞ୍ଚଳ ର କାଳନ୍ଦୀ ସେଠି ଙ୍କ ସାନ ପୁଅ ସୂର୍ଯ୍ୟକାନ୍ତ ଦୈନଦିନ ମୋବାଇଲ ରେ ଗେମ ଚାଟିଙ୍ଗ କରନ୍ତି |ସେଥିରେ ଅନେକ ଟଙ୍କା ମଧ୍ୟ୍ୟ ହରାଇଛନ୍ତି | ଏଥିନେଇ କାଳନ୍ଦୀ ଙ୍କ ପରିବାର ରେ ସଦା ସର୍ବଦା ପାଟିତୁଣ୍ଡ ଅନେକ ଥର ହୋଇଥିଲା | ଏହି ଘଟଣା କୁ କେନ୍ଦ୍ର କରି ସୂର୍ଯ୍ୟକାନ୍ତ ମାନସିକ ଦୁଶ୍ଚିନ୍ତା ରେ ଥିଲା |ହଠାତ ସୋମବାର ବିଳମ୍ବିତ ରାତିରେ ବାପା କାଳନ୍ଦୀ ସେଠି, ମା କନକ ଲତା ସେଠି, ଭଉଣୀ ରୋଜାଲିନ ସେଠି ସୋଇଥିବା ସମୟରେ ଧାରୁଆ ଅସ୍ତ୍ର ରେ ନିର୍ମମ ଭାବେ ହତ୍ୟା କରି ଜଗତସିଂହପୁର ସଦର ଥାନାରେ ଆତ୍ମ ସମର୍ପଣ କରିଛନ୍ତି | ଜଗତସିଂହପୁର ପୋଲିସ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ଙ୍କୁ ଗିରଫ କରି ଘଟଣା ର ଅନୁସନ୍ଧାନ ଚଳାଇଛି |ତେବେ ଏହି ପାରିବାରିକ ହତ୍ୟା କାଣ୍ଡ ପ୍ରକୁତରେ ମୋବାଇଲ ଚାଟିଙ୍ଗ ନାଁ ଅନ୍ୟ କିଛି କାରଣ ରୁ ହୋଇପାରେ ତାହା ପୋଲିସ ତଦନ୍ତ ରୁ ଜଣାପଡିବ |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ