ଭୂବନେଶ୍ୱର,୦୪/୦୩ : ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନ ପୁଅ ତଥା ବିଜେଡି ନେତା ମନ୍ମଥ ରାଉତରାୟଙ୍କ ଦ୍ୱିତୀୟ ଇଂନିସ ଆରମ୍ଭ ହୋଇଛି । ପ୍ରଥମ ବିବାହ ବିଚ୍ଛେଦ ପରେ ସେ ପଟିଆ ଅଞ୍ଚଳର ଜଣେ ଯୁବତୀଙ୍କୁ ଜୀବନସାଥୀ ବାଛିଛନ୍ତି । ରାଜଧାନୀ ଉପକଣ୍ଠ ଡେରାସ ନିକଟ ଚନ୍ଦକା ନେଚର ରିସର୍ଟରେ ବେଶ୍ ଆଡମ୍ବରପୂର୍ଣ୍ଣ ଭାବେ ବିବାହ ଉତ୍ସବ ସମ୍ପନ୍ନ ହୋଇଛି ।
ରିସର୍ଟ ଭିତରେ ଫଟୋ ଉଠା ଉପରେ କଟକଣା ଲାଗିଛି । ତାଙ୍କ ବାହାଘରରେ ଅଳ୍ପ କିଛି ହାତଗଣତି ସମ୍ପର୍କୀୟ ଓ ବନ୍ଧୁବାନ୍ଧବ ସାମିଲ୍ ହୋଇଥିଲେ । ଉଭୟଙ୍କର ପ୍ରେମ ବିବାହ ହୋଇଥିବା କୁହାଯାଉଛି। ଦୁଇ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଛି।ସୋମବାର ସନ୍ଧ୍ୟାରେ ରିସର୍ଟର ଅଳ୍ପ ଦୂରରୁ ବର ବେଶରେ ବାହାରିଥିଲେ ମନ୍ମଥ । ସାଙ୍ଗରେ ଅଳ୍ପ କିଛି ବରଯାତ୍ରୀ ଥିଲେ । ମନ୍ମଥଙ୍କ ସମ୍ପର୍କୀୟ ତଥା ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ବରଯାତ୍ରୀ ଭାବେ ଯାଇଥିଲେ । ବିଜେଡି କିମ୍ବା କଂଗ୍ରେସ ଦଳରୁ ଅନ୍ୟ କେହି ନେତା ବିବାହରେ ସାମିଲ୍ ହୋଇନଥିଲେ ।