*ବନ୍ୟଜୀବ ସଂରକ୍ଷଣ ଆଜିର ଏକ ଆହ୍ବାନ*
(ଜନତା ହାଇସ୍କୁଲରେ ସ୍କୁଲରେ ବିଶ୍ଵ ବନ୍ୟପ୍ରାଣୀ ଦିବସ- 2025 ପାଳିତ)
ବରଗଡ଼ (ପବିତ୍ର ମେହେର)ପ୍ରାକୃତିକ ଭାରସାମ୍ୟ ରକ୍ଷା ନିମନ୍ତେ ବନ୍ୟଜୀବମାନଙ୍କର ଉପସ୍ଥିତି ଏକାନ୍ତ ଆବଶ୍ୟକ। ତେଣୁ ବନ୍ୟଜୀବ ସଂରକ୍ଷଣ ନିମନ୍ତେ ବାଲ୍ୟାବସ୍ଥାରୁ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ହାଇସ୍କୁଲରେ ବିଶ୍ଵ ବନ୍ୟପ୍ରାଣୀ ଦିବସ ପାଳିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଆଲୋଚନାଚକ୍ରରେ ଇକୋ କ୍ଲବ ମାଷ୍ଟର ଟ୍ରେନର ତଥା ବୀର ସୁରେନ୍ଦ୍ର ସାଏ ଇକୋ କ୍ଲବର ମାର୍ଗ ଦର୍ଶକ ଶିକ୍ଷକ ସଞ୍ଜୟ ଖମାରୀ ବିଶ୍ଵ ବନ୍ୟପ୍ରାଣୀ ଦିବସ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ଓଡ଼ିଶାରେ ବନ୍ୟପ୍ରାଣୀଙ୍କ ସ୍ଥିତି ଓ ପରିବେଶ ସନ୍ତୁଳନ ରକ୍ଷା କରିବାରେ ଜୀବଜନ୍ତୁମାନଙ୍କର ଭୂମିକା ଏବଂ ଜୀବଜଗତ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ଆଲୋକପାତ କରିଥିଲେ। ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଜୀବଜନ୍ତୁ ଓ ସେମାନଙ୍କ ପ୍ରାକୃତିକ ପରିସଂସ୍ଥା ବିଷୟରେ ଧାରଣା ଦିଆଯାଇଥିଲା। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନାୟକ ଡାଇନୋସର ପରି ଜୀବଜନ୍ତୁ ବିଲୁପ୍ତିର କାରଣ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷକ ବୋଧରାମ ବିଶ୍ବାଳ, ଅଙ୍କିତ ମହନ୍ତଙ୍କ ସମେତ ବିଦ୍ୟାଳୟର ବୀର ସୁରେନ୍ଦ୍ର ସାଏ ଇକୋ କ୍ଲବ ଓ ହୋମି ଭାବା ବିଜ୍ଞାନ କ୍ଲବ ଓ ସାର୍ ସିଭି ରମଣ ବିଜ୍ଞାନ କ୍ଲବର ସଦସ୍ୟ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଶିକ୍ଷକ ଶ୍ରୀପତି ସାହୁ ସଭା କାର୍ଯ୍ୟ ପରିଚାଳନା କରିଥିବାବେଳେ ଶିକ୍ଷକ ତେଜରାମ ସା ଧନ୍ୟବାଦ ଅର୍ପଣ କରିଥିଲେ।