ଅଳସୁଆ ହାଟ ନୂଆସାହିରେ ଅଷ୍ଟପ୍ରହର ନାମଯଜ୍ଞ ଉଦ୍ଯାପିତ
ଢେଙ୍କାନାଳ, ୫/୩: ଢେଙ୍କାନାଳ ସହରସ୍ଥିତ ହାଟରୋଡ୍ ଅଳସୁଆ ହାଟ ନୂଆସାହି ଠାରେ ୪ର୍ଥ ବାର୍ଷିକ ଅଷ୍ଟପ୍ରହର ନାମଯଜ୍ଞ ଉଦ୍ଯାପିତ ହୋଇଯାଇଅଛି । ଗତ ୩ ତାରିଖରେ ଜଳସଯାତ୍ରା, କୁଞ୍ଜରେ ଠାକୁରଙ୍କୁ ସ୍ଥାପନ ଓ ଅଖଣ୍ଡଦୀପ ଲଗାଯାଇ ଅଧିବାସ ପୂଜା ଅନୁଷ୍ଠିତ ହୋଇଥିଲା । ୪ ତାରିଖରେ ୧୦ ମଣ୍ଡଳୀ କୀର୍ତନ ଦ୍ୱାରା ନାମଯଜ୍ଞ ଅନୁଷ୍ଠିତ ହେବା ସହିତ ପ୍ରସାଦସେବନ ହୋଇଥିଲା । ଅଦ୍ୟ ନଗର କୀର୍ତନ, ଦଧିହାଣ୍ଡି ଭାଙ୍ଗି ଉଦ୍ଯାପିତ ହୋଇଥୁଲା I ପୂଜକ ଲାଲୁ ମଲ୍ଲିକ ପୂଜାର୍ଚ୍ଚନା କରିଥିଲେ। ପରିଚାଳକ ରାକେଶ ମଲ୍ଲିକ, କିଶାନ ମଲ୍ଲିକ, ଶ୍ରୀଧର ମଲ୍ଲିକ, ପ୍ରତାପ ମଲ୍ଲିକ, ଶ୍ରୀପତି ମଲ୍ଲିକ, ବିପ୍ଲବ ମଲ୍ଲିକଙ୍କ ସହ ଗ୍ରାମବାସୀମାନେ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।