ଗେଙ୍ଗୁଟିଆ ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ସତ୍ୟନାରାୟଣଙ୍କ ଜନ୍ମବାର୍ଷିକୀ ଉତ୍ସବ ଓ ୧୮୮ତମ ବାଦପାଲା କାର୍ଯ୍ୟକ୍ରମଢେଙ୍କାନାଳ, ୫/୩: ସଦର ବ୍ଲକ୍ ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରାମର ଆରାଧ ଦେବତା ଶ୍ରୀ ସତ୍ୟନାରାୟଣଙ୍କର ଜନ୍ମ ବାର୍ଷିକୀ ଉତ୍ସବ ଓ ୧୮୮ତମ ପାଂଚରାତ୍ର ବାଦପାଲା ଅନୁଷ୍ଠିତ ହେଉଅଛି । ୫ ତାରିଖ ବୁଧବାର ଦିନ ସକାଳ ସମୟରେ ଶ୍ରୀ ଜୀଉଙ୍କ ମନ୍ଦିରରେ ହୋମଯଜ୍ଞ ସହ ମଙ୍ଗଳ ଆଳତି ଓ ଦେବନୀତିରେ ସମ୍ପାଦନ ହୋଇଅଛି । କର୍ତା ଭାବେ ସସ୍ତ୍ରୀକ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ନବ କିଶୋର ସାହୁ, ପୁରୋଧ ଶାନ୍ତନୁ ମିଶ୍ର ଓ ନର ନନ୍ଦ, ସୁଶାନ୍ତ ରଥ ପ୍ରମୁଖ ମନ୍ତ୍ରପାଠ ସହ ଶ୍ରୀ ଜୀଉଙ୍କ ଦେବନୀତିରେ ପୂଜା ଅର୍ଜନା କରିଥିଲେ । ମଧ୍ୟାହ୍ନ ସମୟରେ ୨୫୦୦ ଲୋକ ପାଇଁ ପ୍ରସାଦସେବନ କାର୍ଯ୍ୟକ୍ରମ, ଦିବା ୩ ଘଟିକା ଠାରୁ ଶ୍ରୀ ଜୀଉଙ୍କ ଚଳନ୍ତି ପ୍ରତିମା ଗ୍ରାମର ୯ ଗୋଟି ଓ୍ବାର୍ଡକୁ ଘଂଟୁଆ, ଲଉଡିଖେଳ, ୭ଟି ସଂକୀର୍ତନ ମଣ୍ଡଳୀ, ଡିଜେ, ବ୍ୟାଣ୍ଡ ବାଜା, ରୋଷଣୀ ସହ ଗ୍ରାମ ଶୋଭାଯାତ୍ରାର କାର୍ଯ୍ୟକ୍ରମ ହୋଇଥୁଲା । ୬ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ପାଂଚଦିନ ବାଦପାଲା ଗାୟକ ବାଣୀଭୂଷଣ ଗୋପାଳକୃଷ୍ଣ ଜେନା ଓ ଗାୟକ ଜ୍ଞାନସୁଧା ଶାରଦା ପ୍ରସନ୍ନ ନାୟକ ପ୍ରତ୍ୟହ ସଂଧ୍ୟା ୭ ଘଟିକାରୁ ପାଲା ପରିବେଶଣ କରିବେ। ଗେଙ୍ଗୁଟିଆ ଗ୍ରାମ ଐତିହ୍ୟ ପରମ୍ପରା ଅନୁସାରେ ୧୮୮ତମ ପାଲା ଓ ୩୬୫ ଦିନ ଯାକ ଶ୍ରୀ ଜୀଉଙ୍କ ଶିରିଣି ଭୋଗ ହେଉଅଛି । ଆସନ୍ତା ୧୧ ତାରିଖ ମଙ୍ଗଳବାର ଦିନ ଶ୍ରୀ ଜୀଉଙ୍କ ମହାଶିରିଣି ଉତ୍ସବ ପାଳନ ହେବ । ଏହିସବୁ କାର୍ଯ୍ୟକ୍ରମକୁ ଗ୍ରାମ୍ୟ କମିଟିର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସହଯୋଗ ସହ ଉପଦେଷ୍ଟା କମିଟିର ମାର୍ଗ ଦର୍ଶନରେ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ସ୍ଥିର ହୋଇଅଛି ।

/ March 25, 2025
No Comments