ଭୁବନେଶ୍ୱର: ଗୃହ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ । ନୂଆ ବାସଭବନକୁ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୂଜାର୍ଚ୍ଚନା ପରେ ୧୦ଟା ୪୭ରେ ଗୃହ ପ୍ରବେଶ କଲେ । ଗାନ୍ଧୀ ମାର୍ଗ ନୁହେଁ ରାଜଭବନ ମାର୍ଗରେ ଥିବା ରହିଛି ନୂଆ ବାସଭବନ । ଦୀର୍ଘ ୨୫ ବର୍ଷପରେ ମୁଖ୍ୟମନ୍ତ୍ରୀ ଜରାଜୀଣ୍ଣ ଅବସ୍ଥାରେ ପଡିରହିଥିବା ଗୃହକୁ ନିର୍ମାଣ କରି ଏଠାରେ ରହିବେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦାୟିତ୍ୱ ନେବା ପରେ ସେ ସାଧାରଣ ପ୍ରଶାସନକୁ କହିଥିଲେ ଏହି ଭଙ୍ଗା କୋଠାଘର ସରକାରୀ ବାସଭବନରେବେ । ଏହି କୋଠା ଘରେ ପୂର୍ୱତନ ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଗିରିଧରି ଗୋମାଙ୍ଗୋ , ଜାନକୀ ବଲ୍ଲ ପଟ୍ଟନାୟକ ରହୁଥିଲେ । ହେଲେ ନବୀନ ପଟ୍ଟନାୟକ ଦାୟିତ୍ୱ ଭାର ଗ୍ରହଣ କରିବା ପରେ ରହୁନଥିଲେ । ସବୁଠୁ ବଡ କଥା ଯେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନନ୍ଦା ଓ ନନ୍ଦିନୀ ଦୁଇଟି ଗାଇଟି କୁ ଆଣିଛନ୍ତି । ସେମାନଙ୍କ ମଧ୍ୟ ପୂଜାର୍ଚ୍ଚନା କରାଯିବ । ଏହି ମୁଖ୍ୟମନ୍ତ୍ରୀଙ୍କ ଗୃହ ପ୍ରବେଶ ସହିତ ଦୁଇ ଗାଇଙ୍କ ମଧ୍ୟ ଗୃହ ପ୍ରବେଶ ହେବ । ସେମାନେ ମଧ୍ୟ ବାସଭବନରେ ରହିବେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


