ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସଚିବଙ୍କ ଅନୁଗୋଳ ଗସ୍ତ
ଅନୁଗୋଳ,ତା.୦୫.୦୩:- ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସଚିବ ଶ୍ରୀଭୂପେନ୍ଦ୍ର ସିଂହ ପୁନିଆ ଆଜି ଦୁଇ ଦିନିଆ ଅନୁଗୋଳ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପରିଦର୍ଶନ କରିଛନ୍ତି । ପୂର୍ବାହ୍ନରେ ସର୍କିଟ ହାଉସ୍ ଠାରେ ସେ ପହଞ୍ଚିବା ପରେ, ତାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅତର ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧୁକାରୀମାନେ ପୁଷ୍ପଗୁଛ ଦେଇ ସ୍ବାଗତ କରିଥିଲେ । ଗସ୍ତର ପ୍ରଥମ ଦିନରେ ସେ ଅନୁଗୋଳ ଷ୍ଟାଡିୟମ, ବ୍ଲାକ୍ ଡାଇମଣ୍ଡ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଟ୍ରମାକେୟାର ସେଣ୍ଟର ଓ ନ୍ୟୁଟ୍ରିସନାଲ୍ ରିହାବିଲିଟେସନ ସେଣ୍ଟର, ଅମଲାପଡା ଠାରେ ଥିବା ଦକ୍ଷତା ବିକାଶ କେନ୍ଦ୍ର, ସରକାରୀ ପଲ୍ଲିଟେକନିକ୍, ବନ୍ତଳା ଠାରେ ଥିବା ମହୁଚାଷ କେନ୍ଦ୍ର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଘର, ବାରଗଣିଆ ଠାରେ ଥୁବା ପର୍ଯ୍ୟଟନ ପାର୍କ, ଜରପଡା ଠାରେ ଥିବା ଓରମାସର ବିଭିନ୍ନ ପ୍ରକଳ୍ପ ଓ ପବିତ୍ର ମୋହନ ମେଡିକାଲ କଲେଜ ପ୍ରଭୃତି ଅଞ୍ଚଳ ଗସ୍ତ କରି ବିଭିନ୍ନ ଊନ୍ନୟନମୂଳକ ଳକ କାର୍ଯ୍ୟର ତଦାରଖ କରିଥିଲେ । ଆସନ୍ତାକାଲି ସେ ସ୍ଥାନୀୟ ସର୍କିଟ ହାଉସ୍ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା 59 ସ୍ତରୀୟ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ ଯୋଗ ଦେବା ସହ ବିଜୁ ମଇଦାନ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)


