ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ
____ ସ୍ଥାନୀୟ ନମୈଜାର ବେତ୍ତା ଗ୍ରାମର ବିଶିଷ୍ଟ ଧର୍ମ ପାରାୟଣ ବ୍ୟକ୍ତି,ସରଳ ନିଷ୍କପଟ ଓ ମିଷ୍ଟଭାଷୀ ପରିକ୍ଷିତ ନାୟକଙ୍କ ୮୮ବର୍ଷ ବୟସରେ ପରଲୋକ ହୋଇଯାଇଛି।ସେ ତାଙ୍କ ଜୀବନ କାଳରେ ଜଣେ ସାଧାରଣ କୃଷକ ଭାବରେ ଜିବନ କାଟିବା ସହିତ ଯେଉଁଠି ଧର୍ମ ଉପରେ ଆଧାରିତ ସାମାଜିକ କାର୍ଯ୍ୟ ହୁଏ ସେ ସାଙ୍ଗେ ସାଙ୍ଗେ ସେଠାକୁ ଯାଆନ୍ତି ଓ ସମସ୍ତଙ୍କ ଦୁଃଖରେ ସେ ଦୁଃଖି ହୁଅନ୍ତି।ତାଙ୍କ ଜୀବନ କାଳରେ କାହାରି ସହିତ ଝଗଡ଼ା ଝାଟି ନ ଥିଲା ।ସରଳ ଓ ନିଷ୍କପଟ ଭାବରେ ସେ ତାଙ୍କର ଜୀବନ କାଟିଥିଲେ।ତାଙ୍କ ପରଲୋକରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦ,ଆଳି ନାଗରିକ ମଞର ସଭାପତି ଧନେଶ୍ଵର ରାଉତ, ସାମ୍ବାଦିକ ସରୋଜ କୁମାର ସାହୁ,ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଧରଣୀଧର ପାତ୍ର, ଶିକ୍ଷାବିତ ନରହରି ପାତ୍ର,କବି , ସମାଜସେବୀ,ସାହିତ୍ୟକ ଓ ଟିପିଏଶର ଉପ ସଭାପତି ଏବଂ ଇନ୍ ଫ୍ରାଷ୍ଟାକଚର ଲିମିଟେଡର ଇଞ୍ଜିନିୟର ନିଳାଦ୍ରୀ ଭୁଷଣ ମହାପାତ୍ର,କବି ଗୋବିନ୍ଦ ଚନ୍ଦ୍ର ନନ୍ଦ, କେନ୍ଦ୍ରାପଡ଼ା ଜିଲ୍ଲା ଓଷ୍ଟାର ଉପସଭାପତି ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ସାମଲ, ଶିକ୍ଷାବିତ ବଟକୃଷ୍ଣ ପଣ୍ଣା, ଶିକ୍ଷାବିତ ରାହାସବିହାରୀ ମହାନ୍ତି,ଅରୁଣ ସାମଲ, ପ୍ରମୁଖ ଶୋକ ପ୍ରକାଶ କରିବା ସହିତ ପୁତ୍ର ଆଦିକନ୍ଦ ନାୟକ ଓ ଯଶୋବନ୍ତ ନାୟକଙ୍କୁ ସାନ୍ତନା ପ୍ରଦାନ କରିଥିଲେ।ବ୍ୟୁରୋ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ