ନାଲକୋ ଆଞ୍ଚଳିକ ଟ୍ରକ ଜନକଲ୍ୟାଣ ମାଲିକ ସଂଘର ସିପିପି
ପ୍ଲାଣ୍ଟର ପରିବହନକୁ ବନ୍ଦ କରି ଗେଟ୍ ସମ୍ମୁଖରେ ଧାରଣା
ଅନୁଗୋଳ, ୦୭/୦୩-
ନାଲକୋ ରିଜୁନାଲ୍ ଟ୍ରକ ଓଏଲଫେରା ଆସୁସେଶନର ସଭାପତି ପ୍ରବାସ ସାମଲ ଙ୍କ ନେତୃତ୍ୱରେ ନାଲକୋ ପିପିପି ପ୍ଲାଣ୍ଟ ପରିସରରେ ହେଉଥିବା ପାଉଁଶ ତଥା ଅନ୍ୟାନ୍ୟ ସାମଗ୍ରୀ ର ସମୁଦାୟ ଲୋଡିଙ୍ଗର ୫୦ ପ୍ରତିଶତ ବାବଦକୁ ନେଇ ସମସ୍ତ ପରିବହନ କୁ ବନ୍ଦ କରି ପ୍ଲାଣ୍ଟ ଗେଟ୍ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା । ଯାହା ଫଳରେ ସହ ସହ ଗାଡ଼ି ଅଟକି ରହିଛି । ଶ୍ରୀ ସାମଲଙ୍କ କହିବା ଅନୁସାରେ ଜିଲ୍ଲା ପ୍ରଶାସନ ତଥା ନାଲକୋ ପ୍ରଶାସନ ଙ୍କୁ ଲିଖିତ ଆକାରରେ ଲୋଡିଙ୍ଗ କୁ ନେଇ ଉପୁଜିଥିବା ସମସ୍ୟାର ସମାଧାନ ପାଇଁ ଜଣାଇଥିଲେ । ଜିଲ୍ଲା ପ୍ରଶାସନ ଓ ନାଲକୋ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନ ନେବାରୁ ଆଜି ସଂଘର ସଭାପତି ଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟମାନଙ୍କୁ ନେଇ ନାଲକୋ ସି.ପି.ପି ପ୍ଲାଣ୍ଟ ଗେଟ ସମ୍ମୁଖରେ ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଅନଦ୍ଧିଷ୍ଟ କାଳ ପାଇଁ ଧାରାଣା ଦେବେ ବୋଲି କହିଛନ୍ତି ।ସଂଘର ସଭାପତି ପ୍ରବାସ ସାମଲ ଙ୍କ କହିବା ଅନୁଯାୟୀ ଆସୁସେଶନ୍ ଟି ୨୦୦୪ ରେ ନୂତନ ଭାବେ ନିର୍ମିତ ହୋଇଥିବା ଦିନଠାରୁ ଟ୍ରକ ଗୁଡିକ ଆବଶ୍ଯକ ଅନୁଯାୟୀ ଠିକ୍ ଭାବରେ ଲୁଡିଙ୍ଗ ପାଇପାରୁନାହାନ୍ତି ଜାହା ଫଳରେ ଟ୍ରକ ଗୁଡିକ ଲୁନ୍ ରେ ନେଇ କ୍ରୟ କରିଥିବା ମାଲିକ ମାନେ ଠିକ ଭାବରେ ଲୋନ୍ ପରିଷଦ କରିପାରୁନାହିଁନ୍ତି ଏବଂ ଟ୍ରକ ଚାଳକ ମାନଙ୍କୁ ଦରମା ଟ୍ରକ ମାଲିକ ମାନେ ଠିକ୍ ସମୟରେ ଦେଇପାରୁନଥିବା କହିଛନ୍ତି । ଜାହାଫଳରେ ଟ୍ରକ ମାଲିକ ମାନେ ବହୁତ କ୍ଷତିର ସମ୍ମୁଖୀନ ହେବାକୁ ପଡୁଛି ବୋଲି କହିଛନ୍ତି । ନାଲକୋ ସି.ପି.ପି ପ୍ଲାଣ୍ଟ ରେ କାର୍ଯ୍ୟରତ ଦୁଇଟି ଟ୍ରକ୍ ମାଲିକ ସଂଘ ମଧ୍ୟରେ ଲୋଡିଙ୍ଗ ୫୦ ପ୍ରତିଶତ ହିସାବରେ ଭାଗ କରାଯାଇ ଅଲଗା ଅଲଗା ସିରିଏଲ କରି ସି.ପି.ପି ପ୍ଲାଣ୍ଟ ମଧ୍ୟରେ ପରିବହନ ହେଉଥିବା ପାଉଁଶ ତଥା ଅନ୍ୟାନ୍ୟ ସମସ୍ତ ମେଟ୍ରିଆଲ୍ ର ଲୋଡିଙ୍ଗ କରିବା ପାଇଁ ନାଲକୋ ଆଞ୍ଚଳିକ ଟ୍ରକ ମାଲିକ ସଂଘ ପକ୍ଷରୁ ଦ୍ରୃଢ ଦାବୀ କରାଯାଇଛି । ଜଦି ଜିଲ୍ଲା ପ୍ରଶାସନ ଓ ନାଲକୋ ପ୍ରଶାସନ ଏହାର କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତାହାହେଲେ ଏହି ଧାରଣା ଏହିପରି ଅନଦ୍ଧିଷ୍ଟ କାଳପାଇଁ ଚାଲୁରହିବ ବୋଲି ସଂଘର ସଭାପତି କହିଛନ୍ତି । ଏ ଆନ୍ଦୋଳନ ଆହୁରି ତୀବ୍ର ତର ହେବ ବୋଲି ଚେତାବନୀ ଦେଇଛନ୍ତି ।