ପୁଣି ମଣିପୁରରେ ହିଂସା । ପ୍ରାୟ ୨ ବର୍ଷ ପରେ କୁକି ଓ ମୈତେଇ ସମ୍ପ୍ରଦାୟର ଲୋକେ ମୁକ୍ତ ଯାତାୟାତ କରିବା ଆରମ୍ଭ କରିଥିଲେ । ହେଲେ ଏହାରି ମଧ୍ୟରେ ପୁଣି ହିଂସା ଦେଖିବା ପାଇଁ ମିଳିଛି । କୁକୁ ସମ୍ପ୍ରଦାୟର ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୭ ଜଣ ସୁରକ୍ଷା କର୍ମଚାରୀ ଆହତ ହୋଇଛନ୍ତି । ଏହି ଘଟଣା ଇମ୍ଫାଲ-ଦିମାପୁର ରାଜରାସ୍ତାରେ ଘଟିଛି ।
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଣିପୁରରେ ଅବାଧ ବିତରଣ ହଟାଇବା ପରେ ଏହି ଘଟଣା ଘଟିଛି । ଶନିବାର ଇମ୍ଫାଲ, ଚୁରାଚାନ୍ଦପୁର, କାଙ୍ଗପୋକପି, ବିଷ୍ଣୁପୁର ଏବଂ ସେନାପତିକୁ ସଂଯୋଗ କରୁଥିବା ରାସ୍ତାରେ ବସ୍ ଚଳାଚଳ ଆରମ୍ଭ ହେବା ମାତ୍ରେ କୁକି ସମ୍ପ୍ରଦାୟର ଲୋକମାନେ ବିରୋଧ କରିବା ଆରମ୍ଭ କରିଥିଲେ ।
ଘଟଣା ବିଷୟରେ ସୂଚନା ପାଇ ସୁରକ୍ଷା କର୍ମିମାନେ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିଥିଲେ ଏବଂ ଟିୟର ଗ୍ୟାସ ପ୍ରୟୋଗ କରିଥିଲେ ।