( ଆଦର୍ଶ ଶିକ୍ଷକ ଚନ୍ଦନ ବେହେରା ଙ୍କୁ ଶ୍ରେଷ୍ଠ ଶିକ୍ଷକ ପୁରସ୍କାର ପ୍ରଦାନକଲେ ରାଜ୍ୟପାଳ |ବିଭିନ୍ନ ମହାଲରୁ ଶୁଭେଚ୍ଛା ର ସୁଅ )ଜଗତସିଂହପୁର ତା =10/3/25ଭାରତୀୟ ରେଡକ୍ରସ ସଂଗଠନ,ଓଡ଼ିଶା ରାଜ୍ୟ ଶାଖା,ଭୁବନେଶ୍ୱର ପକ୍ଷରୁ ଜଗତସିଂହପୁର ଜ଼ିଲ୍ଲା ର କୃତି ଆଦର୍ଶ ଶିକ୍ଷକ ଚନ୍ଦନ କୁମାର ବେହେରା ଙ୍କୁ ଅଭିଶେଖ ହଲ ରେ ଆୟୋଜିତ ଏକ ବର୍ଣ୍ୟlଢ଼ ଉତ୍ସବ ରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଡା. ହରିବାବୁ କମ୍ଭମ୍ ଶ୍ରେଷ୍ଠ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି | ଆଦର୍ଶ ଶିକ୍ଷକ ଚନ୍ଦନ ବେହେରା ଙ୍କ ର ଜୀବନ ବ୍ୟାପି ସମାଜ ସେବା, ବୃକ୍ଷରୋପଣ, ସାଙ୍ଗଠନିକ ଦକ୍ଷତା, ସାମାଜିକ ସଚେତନତା, ଶିକ୍ଷା ଓ ସଂସ୍କୃତିସମ୍ପର୍ଣ୍ଣ କାର୍ଯ୍ୟକ୍ରମ ରେ ଉଲେଖନୀୟ କାର୍ଯ୍ୟପାଇଁ ପୂର୍ବରୁ ଅନେକବାର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର | ପ୍ରକୁତି ବନ୍ଧୁ ପୁରସ୍କାର |ସଡ଼କ ସୁରକ୍ଷା ସମିତି ଦ୍ୱାରା ପୁରସ୍କୃତ ହୋଇ ବେଶ ସୁନାମ ଅର୍ଜନ କରିଥିଲେ | ହେଲେ ଜଗତସିଂହପୁର ଜ଼ିଲ୍ଲା ରେ ସମସ୍ତ କାର୍ଯ୍ୟ ସଫଳତାର ସହ ଆୟୋଜନ କରିଥିବାରୁ ଚଳିତ ମାସରେ ମହା ମହିମ ରାଜ୍ୟପାଳ ଚନ୍ଦନ କୁମାର ବେହେରା ଙ୍କୁ ଶ୍ରେଷ୍ଠ ଆଦର୍ଶ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି | ଦେଢ଼ଶରଦେଉଳି ସରକାରୀ ଉଚ୍ଚ ବିଦ୍ୟାଳୟ ର କାର୍ଯ୍ୟରତ ଆଦର୍ଶ ଶ୍ରେଷ୍ଠ ଶିକ୍ଷକ ଚନ୍ଦନ କୁମାର ବେହେରା ଶ୍ରେଷ୍ଠ ଆଦର୍ଶ ଶିକ୍ଷକ ସଂମ୍ମାନ ରେ ସଂମ୍ମାନିତ ହୋଇ ଜଗତସିଂହପୁର ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଥିବାରୁ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା | ଅତିରିକ୍ତ ଜିଲ୍ଲା ଶିକ୍ଷlଧିକାରୀ | ଜିଲ୍ଲା ବିଜ୍ଞାନ ପରିଦର୍ଶକ | ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ଦାସ | ଜିଲ୍ଲା ଜୁନିଅର ରେଡ୍ କ୍ରସ୍ ଅଧିକାରୀ , ତ୍ରିଲୋଚନ ସାହୁ ରାଜ୍ୟ ଜୁନିୟର ରେଡ୍ କ୍ରସ ଅଧିକାରୀ, ବିଭିନ୍ନ ସାମାଜିକ ସଂଗଠନ, ବିଭିନ୍ନ ଶିକ୍ଷା ସଂଗଠନ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି | ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

/ March 25, 2025
No Comments