ନୋଏଣ୍ଟ୍ରି ସମୟରେ ଦୁର୍ଘଟଣା,ମୋଟରସାଇକେଲ କୁ ପଛରୁ ଧକ୍କାଦେଲା ହାଇୱା, ତିନି ଗୁରୁତର ଆହତ।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତରେ,ନୋଏଣ୍ଟ୍ରି ଥିବା ସମୟରେ ମୋଟରସାଇକେଲ କୁ ପଛରୁ ଧକ୍କାଦେଲା ହାଇୱା, ତିନି ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ। ସୂଚନା ଅନୁଯାୟୀ ଆଜି ଅପରାହ୍ନ ରେ ବଡ଼ବିଲ ଥାନା ଅନ୍ତର୍ଗତ କାଶିଆ ଗ୍ରାମର ଜିତୁ ମହାକୁଡ ନାମକ ଜଣେ ଯୁବକ ତାର ଦୁଇଜଣ ସମ୍ପର୍କୀୟ ମହିଳାଙ୍କୁ ଏକ ମୋଟରସାଇକେଲ ରେ ନେଇ ଭଦ୍ରାସାହି ସ୍ଥିତ ବ୍ୟାଙ୍କ କୁ ଯାଉଥିବା ସମୟରେ ଝାଡ଼ଗାଁ ନିକଟରେ ତାଙ୍କୁ ପଛରୁ ଏକ ହାଇୱା ଧକ୍କା ଦେଇଥିଲା ,ଫଳରେ ତିନିଜଣ ଗୁରୁତର ଆହତ ହୋଇଥିବା ବେଳେ ଘଟଣା ସ୍ଥଳରେ ଉପସ୍ଥିତ ଲୋକଙ୍କ ସାହାଯ୍ୟରେ ଏକ ଆମ୍ବୁଲାନ୍ସ ଦ୍ବାରା ଆହତ ହୋଇଥିବା ଉକ୍ତ ତିନିଜଣଙ୍କୁ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ଅଣାଯାଇଥିବା ଦେଖିବାକୁ ମିଳିଥିଲା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ