ସାଉଥ ଆଫ୍ରିକା ଜୋହାନ୍ସବର୍ଗ ସହରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଠାରେ ହାଇୱେରେ ଏକ ବସ୍ ଓଲଟିବା ଯୋଗୁଁ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ୪୫ ଜଣ ଆହତ ହୋଇଛନ୍ତି । ସୂଚନା ମିଳିବା ପରେ ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଦୁର୍ଘଟଣା ଜୋହାନ୍ସବର୍ଗର ମୁଖ୍ୟ ଓଆର ଟେମ୍ବୋ ବିମାନବନ୍ଦର ନିକଟ ରାସ୍ତାରେ ହୋଇଛି । ଜୋହାନ୍ସବର୍ଗର ପୂର୍ବରେ ଥିବା ଟାଉନସିପ କେଟଲହୋଙ୍ଗରୁ ଲୋକଙ୍କୁ ନେଇ ଯାଉଥିଲେ ।
ଦୁର୍ଘଟଣା ସ୍ଥଳରୁ ୧୨ ଜଣଙ୍କ ମୃତଦେହ ଉଦ୍ଧର କରାଯାଇଥିଲା । ଏଥିରେ ୯ ଜଣ ପୁରୁଷ ଏବଂ ୩ ଜଣ ମହିଳା ସାମିଲ ରହିଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଛି । ଉଦ୍ଧାର କାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ବସକୁ କ୍ରେନ ସହାୟତାରେ ସିଧା କରାଯାଇଛି । ତେବେ ଦୁର୍ଘଟଣାର କାରଣ ଏଯାଏଁ ଜଣାପଡିନାହିଁ । ପୋଲିସ ଘଟଣାର ଯାଞ୍ଚ କରୁଛି ।