(ଶିକ୍ଷା ଅଧିକାର ଆଇନି ଉଲଂଘନ କରି ଅଡୁଆରେ ପ୍ରଧାନ ଶିକ୍ଷୟତ୍ରୀ )ଜଗତସିଂହପୁର ତା =11/3/25ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ବାଲିକୁଦା ବ୍ଲକ ନାଗପୁର ପଞ୍ଚାୟତ ଠାକୁର ପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶିକ୍ଷା ଅଧିକାର ଆଇନି କୁ ସମ୍ପୂର୍ଣ ଉଲଂଘନ କରି ଦଣ୍ଡ ମୁକ୍ତ ଅଞ୍ଚଳ ରେ ଛାତ୍ର ମାନଙ୍କୁ ଦଣ୍ଡିତ କରିବା ଘଟଣା ଏବେ ମୋବାଇଲ ରୁ ମୋବାଇଲ ଭାଇରାଲ ହେବାରୁ ଅଡୁଆ ପରିସ୍ଥିତି ଉପୁଜିଛି | ଗାଦେଇଗିରି ଗ୍ରାମର ଦଳିତ ପରିବାରର ଅଣଶୁଦ୍ଧିଆ ହୋଇଥିବାରୁ ସେମାନଙ୍କ ଛାତ୍ର ମାନଙ୍କୁ ପ୍ରଧାନ ଶିକ୍ଷୟତ୍ରୀ ଉଦେଶ୍ୟ ମୂଳକ ଭାବେ ଛୁଆଁ ଅଛୁଆଁ ଭେଦଭାବ ରଖି ବିଦ୍ୟାଳୟ ବାରଣ୍ଡା ରେ ଅଲଗା ବସାଇଥିବା ଛାତ୍ର ମାନେ ଅଭିଯୋଗ କରିଥିବା ବେଳେ ଖୋଦ ପ୍ରଧାନ ଶିକ୍ଷୟତ୍ରୀ ଛାତ୍ର ମାନେ ବିଶୃଙ୍ଖଳିତ ଆଚରଣ ପଦର୍ଶନ କରୁଥିବାରୁ ସେମାନଙ୍କୁ ବିଦ୍ୟାଳୟ ବାହାରେ ଅଲଗା ବସାଯାଇଥିବା ସିୟୁକାର କରିଛନ୍ତି | ଖବର ନେବାରେ ଜଣାଯାଇଛି ଗତ ଶୁକ୍ରବାର ଦିନ ଗଦେଇଗିରି ଗ୍ରାମର ଦଳିତ ପରିବାର ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବାରୁ ଅଣଶୁଦ୍ଧିଆ ହୋଇଥିଲା | ଶନିବାର ଦଳିତ ପରିବାର ଛାତ୍ର ବିଦ୍ୟାଳୟ କୁ ପାଠ ପଢିବାକୁ ଯାଇଥିଲେ |ପ୍ରଧାନ ଶିକ୍ଷୟତ୍ରୀ ଦଳିତ ଛାତ୍ର ଙ୍କୁ ବିଦ୍ୟାଳୟ ବାହାରେ ବସାଇଥିବାର କିଛି ବ୍ୟକ୍ତି ଦେଖି ଛାତ୍ର ଅଭିଭାବକ ଙ୍କୁ ଫୋନ କରିଥିଲେ |ଛାତ୍ର ଅଭିଭାବକ ଘଟଣା ସ୍ଥଳରେ ପହଂଚି ଭିଡିଓ ଉତ୍ତୋଳନ କରିଥିଲେ |ଏ ସମ୍ପର୍କ ରେ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଅଭିଯୋଗ କରିଥିଲେ | ହେଲେ ଦଣ୍ଡ ମୁକ୍ତ ଅଞ୍ଚଳ ରେ ଛାତ୍ର ମାନଙ୍କୁ ଛୁଆଁ ଅଛୁଆଁ ଭେଦ ଭାବ ରଖି ବିଦ୍ୟାଳୟ ରେ ଅଲଗା ବାସଯାଇଥିଲା ନାଁ ଛାତ୍ର ମାନଙ୍କ ର ଦୁଷ୍ଟାମୀ ଙ୍କୁ ଦୃଷ୍ଟିରେ ରଖି ବିଦ୍ୟାଳୟ ବାହାରେ ବାସଯାଇଥିଲା ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି | ଏହି ଭିଡିଓ କିଏ ଭାଇରାଲ କଲା ଏବଂ ସେମାନଙ୍କ ର କିପ୍ରକାର ମନ୍ଦ ଉଦେଶ୍ୟଥିଲା ତାହା ତଦନ୍ତ ସାପେକ୍ଷ |ତେବେ ଭାଇରାଲ ଭିଡ଼ିଓ କୁ ନେଇ ଅତିରିକ୍ତ ଜ଼ିଲ୍ଲା ଶିକ୍ଷା ଅଧିକାରୀ ପ୍ରଥମ ପର୍ଯ୍ୟାୟ ତଦନ୍ତ ଆରମ୍ଭ କରିଛନ୍ତି |ତେବେ ଉକ୍ତ ଘଟଣା ରେ ଶିକ୍ଷା ଅଧିକାର ଆଇନି ପ୍ରଧାନ ଶିକ୍ଷୟତ୍ରୀ ସମ୍ପୂର୍ଣ ଉଲଘଂନ କରିଛନ୍ତି | ଜ଼ିଲ୍ଲା ଶିକ୍ଷା ବିଭାଗ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ବିରୋଧ ରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

/ March 23, 2025
No Comments