ତାରିଣୀ ଦେବୀଙ୍କର ମନ୍ଦିରର ବିଗ୍ରହ ପ୍ରତିଷ୍ଠା ଉତ୍ସବ

ଢେଙ୍କାନାଳ, ୧୧/୩: ଢେଙ୍କାନାଳ ବସ୍ଷ୍ଟାଣ୍ଡସ୍ଥିତ ମା’ତାରିଣୀ ଦେବୀ ମନ୍ଦିରର ବିଗ୍ରହ ପ୍ରତିଷ୍ଠା ମହାସମାରୋହରେ ପାଳିତ ହୋଇଯାଇଅଛି । ପ୍ରାତଃରୁ ସୂର୍ଯ୍ୟପୂଜା, କଳସପୂଜା, ମଣ୍ଡଳପୂଜା, ଚଣ୍ଡୀ ଆହୁତି, ଷୋଡଶ ଉପଚାର ଓ ବିଭିନ୍ନ ଭୋଗ ସହ ପଣା ଲାଗି କରାଯାଇଥିଲା । ଶେଷରେ ଯଜ୍ଞର ପୂର୍ଣାହୁତି ହୋଇ ଭକ୍ତମାନେ ପ୍ରସାଦସେବନ କରିଥିଲେ । ସୂଚନାଥାଉକି, ବସ୍ଷ୍ଟାଣ୍ଡରେ ମନ୍ଦିର ଥିବାବେଳେ ତାହାକୁ ଭାଙ୍ଗିଦିଆଯାଇଥୁଲା, ମା’ ଅନ୍ୟତ୍ର ପୂଜା ପାଇଥିଲେ। ପରେ ନୂତନ ଭାବେ ଏହା ବସ୍-ଷ୍ଟାଣ୍ଡ ପାର୍ଶ୍ବରେ ମନ୍ଦିର ନିର୍ମାଣ କରାଯାଇ ବିଗ୍ରହ ପ୍ରତିଷ୍ଠା କରାଯାଇଅଛି I ଆଜିଠାରୁ ମା’ ପୂଜା ପାଉଅଛନ୍ତି । ବସ୍-ଷ୍ଟାଣ୍ଡ ସଭାପତି ପ୍ରଭାକର ବେହେରା, ଉପଦେଷ୍ଟା ପ୍ରଶାନ୍ତ ମହାନ୍ତି, ରୁଦ୍ର ନାରାୟଣ ତ୍ରିପାଠୀ, ଉଠାଦୋକାନୀର ସଭାପତି ବିଶ୍ବନାଥ ବେହେରା, ସଂପାଦକ ଟିକନ୍ ଦାସ, କୋଷାଧକ୍ଷ ପ୍ରଶାନ୍ତ ବେହେରା, କୈଳାସ ସାହୁ, ପରେଶ ଦେବତା, ପ୍ରଦୀପ ଦାସ ଓ ଢେଙ୍କାନାଳ ବସ୍ ମାଲିକ ସଂଘ ଏବଂ ବିଷ୍ଟାଣ୍ଡ ଉଠାଦୋକାନୀ ବ୍ୟବସାୟୀ ସଂଘର କର୍ମକର୍ତାମାନଙ୍କ ସହଯୋଗରେ ମା’ଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ସୂଚାରୁ ରୂପେ ପାଳନ ହୋଇଅଛି ।