ଜିଲ୍ଲା ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା

ଅନୁଗୋଳ,ତା.୧୧.୦୩:- ଆଜି ସ୍ଥାନୀୟ ବିଜୁ ମଇଦାନ ଠାରେ ଓଡିଶା ଜୀବିକା ମିଶନଓ ମିଶନ ଶକ୍ତି ବିଭାଗର ମିଳିତ ଆନୁକୁଲ୍ୟରେ ଲକ୍ଷପତି ଦିଦିମାନଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଊନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତ, ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପଦ୍ମନାଭ ସାମନ୍ତରାୟ, ଊପ- ନିର୍ଦ୍ଦେଶକ ଊଦ୍ୟାନ ଶ୍ରୀ ଅମ୍ବର ଲୁଗୁନ୍, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ନିରୁପମା ପାଣି,

ଜିଲ୍ଲା ଶିଳ୍ପ କେନ୍ଦ୍ର ମହାପ୍ରବନ୍ଧକ ଶ୍ରୀ ଶିବାଶିଷ କାନୁନଗୋ, ଅନୁଗୋଳ ଗୋଷ୍ଠୀ ଊନ୍ନୟନ ଅଧିକାରୀ ଡଃ ବିଶ୍ବ ଭୂଷଣ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ମିଶନ ଶକ୍ତିର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଲମ୍ବୋଦର ବାସ୍କେ ପ୍ରମୁଖ ଯୋଗ ଦେଇ ନିଜ ନିଜ ବିଭାଗର ବିଭିନ୍ନ ଯୋଜନା ସମ୍ପର୍କରେ ଆଲାକପାତ କରିଥ୍ ରିଥିଲେ । ମହିଳାମନେ ମନେ ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଳାଇ ରୋଜଗାରକ୍ଷମ ହୋଇ ଆର୍ଥୀକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ।ହେବା ଲକ୍ଷରେ ଏହି କର୍ମଶାଳା ସହାୟକ ହେବ ବୋଲି ମଞ୍ଚରେ ଉପସ୍ଥିତ ଅଧୀକାରୀ ବୃନ୍ଦ ଗୁରୁତ୍ବାରୋପ କରି କରିଥିଲେ । ମହିଳାମାନେ ସ୍ବାବଲମ୍ବୀ ଓ ସ୍ବଛଳ ହେଲେ ହିଁ ୨୦୩୬ ସୁଦ୍ଧା ବିକଶିତ ଓଡିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଢିବାରେ ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ଊପସ୍ଥିତ ଅଧିକାରୀ ବୃନ୍ଦ ଗୁରୁତ୍ବାରୋପ କରିଥିଲେ । ଯେଉଁ ମହିଳାମାନେ ନିଜ ଜୀବିକା ଜରିଆରେ ଅନ୍ୟମାନଙ୍କ ପାଇଁ ଊଦାହରଣ ସାଜି ନିଜକୁ ନିଜକୁ ଜଣେ ଲକ୍ଷପତି ଦିଦି ଭାବେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ସେମାନେ ନିଜର ଅଭିଜ୍ଞତା ସର୍ବ ସମ୍ମୁଖରେ ଊପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ବ୍ଳକରୁ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ସମେତ ୩୦୦୦ ରୁ ଊର୍ଦ୍ଧ୍ବ ଲକ୍ଷପତି ଦିଦି ଯୋଗ ଦେଇଥିଲେ ।