ଅନୁଗଳ ଵନଖଣ୍ଡ ରେ ଜଙ୍ଗଲ ନିଆଁ ଲିଭିଵାର ନା ନେଉ ନାହିଁ। ଗତ ତିନି ଦିନରେ ପ୍ରାୟ ୨୦୦ ହେକ୍ଟର ଜଙ୍ଗଲ ପୋଡ଼ି ପାଉଶ ହେଇ ଯାଇଛି । ନିଆଁର ମାତ୍ରା ଏତେ ଅଧିକ ଯେ ପ୍ରତି ସେକେଣ୍ଡରେ ଶହ ଶହ ଵର୍ଗ ଫୁଟ ଜଙ୍ଗଲ ଜଳି ଯାଉଛି । ଜଙ୍ଗଲ ନିଆ ରୁ ଉତ୍ପନ୍ନ ଧୂଆଁ ନିକଟସ୍ଥ ଚାରି ଗ୍ରାମ ଯଥା ହିସାଲୋଇ, କରତପଟା, ସାରୁଆଳି, ଚନ୍ଦନ ପୁର ଇତ୍ୟାଦି ର ଗ୍ରାମଵାସୀ ଅଣନିଶ୍ଵାସୀ ହୋଇ ପଡ଼ିଥିଲା।ଵେଳେ ବନ୍ୟଜନ୍ତୁ ଜୀଵନ ଵଞାଇଵାକୁ ସଙ୍ଗ୍ରାମ କରୁଛନ୍ତି । ଅନୁଗଳ ଵନାଞ୍ଚଳ ର ପୁରୁଣାଗଡ଼ ସେକ୍ସନ ଅଧିନସ୍ଥ ସାରୁଆଳି ଭିଏସ ଏସ ଜଙ୍ଗଲ ର ନିଆଁ ଏଵେ ଚର୍ଚ୍ଚା ରେ ରହିଛି ।ତିନି ଦିନ ଧରି ଜଳୁଥିଲା ଵେଳେ ଜଙ୍ଗଲ କର୍ମଚାରୀ କିମ୍ବା ଭି ଏସ ଏସ ର କାହାରି ଦେଖା ମିଳିନାହିଁ । ଵୋଧହୁଏ ସମଗ୍ର ଜଙ୍ଗଲ ପୋଡିଵା ପର୍ଯ୍ୟନ୍ତ ଅପେକ୍ଷା ।

/ March 25, 2025
No Comments