ଶ୍ରୀ ଶ୍ରୀ ସ୍ବାମୀ ନିଗମାନନ୍ଦ ସରସ୍ବତୀ ପରମହଂସ ଦେବଙ୍କ ପିଠରେ ଦୋଳି ପୂର୍ଣ୍ଣିମାରେ ମନ୍ଦୀରର ବାର୍ଷିକ ଉତ୍ସବ ଅନୁଷ୍ଠିତ

___ ସ୍ଥାନୀୟ ନମୈଜ ଠାରେ ସ୍ଥାପିତ ୨୦୦୫ ମସିହାରେ ହୋଇଥିବା ଶ୍ରୀ ଶ୍ରୀ ସ୍ବାମୀ ନିଗମାନନ୍ଦ ସରସ୍ବତୀ ପରମହଂସ ଦେବଙ୍କ ପ୍ରବଦିତ ନମୈଜା ସାରସ୍ଵତ ସଂଘ ର ପବିତ୍ର ଦୋଳ ପୂର୍ଣ୍ଣମୀରେ ମନ୍ଦୀରର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଠାରେ ପ୍ରତିଦୋଳ ପୁର୍ଣ୍ଣୀମା ରେ ଠାକୁରଙ୍କ ଗୁରୁ ପୂଜନ, ବନ୍ଦନା,ଭଜନ କୀର୍ତ୍ତନ ସହିତ ଦ୍ବିତୀୟ ଅଧିବେଶନରେ ନିୟମ ଅନୁଯାୟୀ ଭକ୍ତଙ୍କ ସହିତ ଭାବ ବିନିମୟ ହୁଏ।ସମସ୍ତ ଜଗତ କିଭଳି ଭଲରେ ରହିବେ ସେ ବିଷୟରେ ଠାକୁରଙ୍କ ପାଖରେ ପ୍ରାର୍ଥନା କରାଯାଇଥାଏ। ସମସ୍ତ କାର୍ଯ୍ୟକ୍ରମକୁ ନମୈଜା ସାରସ୍ଵତ ସଂଘ ର ମୁଖ୍ୟ ସ୍ରଷ୍ଟା ଓ ମୁଖ୍ୟ ଉପଦେଷ୍ଟା ସମାଜସେବୀ ତଥା ଇଞ୍ଜିନିୟରି ପରୋପକାରି ନିଳାଦ୍ରୀ ଭୁଷଣ ମହାପାତ୍ର, ସଭାପତି ପ୍ରଦୀପ୍ତ କୁମାର ମହାପାତ୍ର, ସଂପାଦକ ବିନୋଦ ଚନ୍ଦ୍ର ଦାସ, ଉପ ସଭାପତି ରବିନ୍ଦ୍ର କୁମାର ସ୍ବାଇଁ, ସଭ୍ୟ ଦୃର୍ଗା ପ୍ରସନ୍ନ ଜେନା ଓ ଭକ୍ତ ଯଶୋବନ୍ତ ନାୟକ ପ୍ରମୁଖଙ୍କ ତତ୍ବାବଧାନରେ ପାଳନ କରାଯାଏ ଥିଲା ଓ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ସାରା ଓଡ଼ିଶାରେ ଜଣାଶୁଣା ଯାତ୍ର ଅଭିନେତା ଦୈତାରି ପଣ୍ଡା।

ବ୍ୟୁରୋ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ