ଭୋଟର ତାଲିକା ସଂଶୋଧନ ନିମନ୍ତେ ନିଯୁକ୍ତ ହେବେ ବୁଥ ସ୍ତରୀୟ ଏଜେଣ୍ଟ

ଢେଙ୍କାନାଳ, ତା. ୧୭.୦୩.୨୦୨୫- ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆଜି ଅପରାହ୍ନରେ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ତାଲିକାରୁ ନାମ ବାଦ୍ କରାଇବା ଅଥବା ସଂଯୋଗ କରିବା ସହିତ ଯେ କୌଣସି ସଂଶୋଧନ ନିମନ୍ତେ ପ୍ରତି ବୁଥ୍ ସ୍ତରରେ ବିଭିନ୍ନ ରାଜନୈତିକ ଦଳର ଜଣେ ଲେଖାଏଁ ଏଜେଣ୍ଟ୍ ନିଯୁକ୍ତ ହେବେ । ତାଲିକାରେ ଯେ କୌଣସି ସଂଶୋଧନ ଓ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ନିଯୁକ୍ତ ଏଜେଣ୍ଟ ମାନେ ବୁଥ୍ ସ୍ତରୀୟ ଅଧିକାରୀଙ୍କୁ ଅବଗତ କରାଇବେ ବୋଲି ପରାମର୍ଶ ଦିଆଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି, ଉପ ଜିଲ୍ଲାପାଳ ଶ୍ରୀ ବିବୁଧ ଗଡ଼ନାୟକ, ଡେପୁଟୀ କଲେକ୍ଟର ଅଗ୍ନିଜା ଶିବଦତ୍ତା, ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ସୌରମ୍ୟ ରଂଜନ ପ୍ରଧାନଙ୍କ ସମେତ ବି.ଜେ.ପି.ର ପ୍ରତିନିିଧି ଶ୍ରୀ ବିଘ୍ନେଶ୍ବର ଦୋରା , ବି.ଜେ.ଡ଼ି.ର ପ୍ରତିନିଧି ଶ୍ରୀ ବିଷ୍ଣୁ ପ୍ରସାଦ କର, ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଶ୍ରୀ ସୁନିଲ କୁମାର ଦାଶ ଏବଂ ବେଣୁଧର ସାହୁ ଉପସ୍ଥିତି ଥିଲେ।