ଭୂବନେଶ୍ୱର, ୧୭/୦୩ : ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାଙ୍କ ଠାରୁ ୨୦ହଜାର ଟଙ୍କା ଲାଞ୍ଚ ନେଇ ବିଇଓ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ଏମ୍ଡି ଫିରୋଜ ଖାଁ । କେନ୍ଦ୍ରାପଡା ଜିଲ୍ଲା ନହୁଣି ଗାଁର ବାବା ଦଧିବାବନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ୫ଟି ବିଦ୍ୟାଳୟରେ ଏଲିମେଟରୀ ଡ୍ରେସ୍ ବଣ୍ଟନ କରିଥିଲେ l ଏହି ଡ୍ରେସ୍ ବିଲ୍ କରିବା ଲାଗି ଗିରଫ ଆକାଉଣ୍ଟାଣ୍ଟ ଜଣଙ୍କ ଲାଞ୍ଚ ନେଉଥିଲେ ।
ପୂର୍ବରୁ ଫିରୋଜ ଖାଁ ୫ ହଜାର ଟଙ୍କା ନେଇଥିଲେ ବୋଲି ଅଭିଯୋଗକାରୀ ଅଭିଯୋଗ କରିଛନ୍ତି l ଆଉ ୨ଟି ସ୍କୁଲର ବିଲ୍ କରିବା ଲାଗି ୨୭ ହଜାର ଟଙ୍କା ମାଗିଥିଲେ । ଆକାଉଟାଣ୍ଟ ଏମ୍.ଡି. ଫିରୋଜ ଖାଁ ଅଶୋକ ବଜାରରେ ବାସୁଦେବ ସାହୁଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)

