୯ ମାସ ପରେ ପୃଥିବୀକୁ ଫେରିଲେ ସୁନିତା ୱିଲିୟମ୍ସ । ନିକ୍ ହେଗ୍, ସୁନିତା ୱିଲିୟମ୍ସ, ବୁଚ୍ ୱିଲମୋର ଏବଂ ମହାକାଶଚାରୀ ଆଲେକଜାଣ୍ଡାର ଗୋର୍ବୁନୋଭ ସ୍ପେସଏକ୍ସ ଡ୍ରାଗନ୍ ମହାକାଶଯାନରେ ପୃଥିବୀକୁ ସୁରକ୍ଷିତ ଫେରିଛନ୍ତି । ଭାରତୀୟ ସମୟ ଅନୁସାରେ ୧୯ ମାର୍ଚ୍ଚ ସକାଳ ୩:୨୭ ରେ ଫ୍ଲୋରିଡାରେ ଅବତରଣ କରିଥିଲା ସ୍ପେସଏକ୍ସ ଡ୍ରାଗନ କ୍ୟାପସୁଲ ।
ସ୍ପେସଏକ୍ସ ଡ୍ରାଗନ କ୍ୟାପସୁଲ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ଅଲଗା ହୋଇ ଧୀରେ ଧୀରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିଥିଲା ଏବଂ ପରେ ଫ୍ଲୋରିଡାର ସମୁଦ୍ରରେ ସଫଳତାର ସହ ଅବତରଣ କରିଥିଲା । ସେହିପରି ନାସା ଏବଂ ସ୍ପେସଏକ୍ସ ଦଳ କ୍ୟାପସୁଲରୁ ସୁରକ୍ଷିତ ଭାବରେ ମହାକାଶଚାରୀମାନଙ୍କୁ ବାହାରକୁ ଆଣିବା ପ୍ରକ୍ରିୟା ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ଥିଲେ।
https://x.com/NASA/status/1902099027199480089?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1902099027199480089%7Ctwgr%5Eefd69129649dbab8a9387d799d808927c72de455%7Ctwcon%5Es1_c10&ref_url=https%3A%2F%2Fapi-news.dailyhunt.in%2F
ପ୍ରଥମେ ନିକ୍ ହେଗଙ୍କୁ ସୁରକ୍ଷିତ ଭାବରେ କ୍ୟାପସୁଲରୁ ବାହାର କରାଯାଇଥିଲା । ପରେ ବୁଚ୍ ୱିଲମୋରଙ୍କୁ ଏବଂ ତୃତୀୟରେ ସୁନିତା ୱିଲିୟମ୍ସଙ୍କୁ ବାହାର କରାଯାଇଥିଲା। ସମସ୍ତ ଚାରିଜଣ ମହାକାଶଚାରୀ ସୁସ୍ଥ ଥିବା ନେଇ ସୂଚନା ରହିଛି ।ସୁନୀତା ୱିଲିୟମ୍ସ ଓ ବେରୀ ବିଲମୋର ଜୁନ ୨୦୨୪ରେ ଇଣ୍ଟରନ୍ୟାସନାଲ ସ୍ପେସ୍ ସେଣ୍ଟରକୁ ଯାଇଥିଲେ । ମାତ୍ର ୮ ଦିନ ପାଇଁ ୯ମାସ ହେବ ଫସି ରହିଥିଲେ ସୁନୀତା ଏବଂ ତାଙ୍କ ସହଯୋଗୀ । ପରେ ସୁନିତା ଏବଂ ବେରୀ ବିଲମୋରଙ୍କୁ ଫେରାଇ ଆଣିବାକୁ ଆମେରିକା, ଜାପାନ ଓ ରୁଷର ୪ଜଣ ମହାକାଶଚାରୀ ସ୍ପେସ୍ ସେଣ୍ଟରରେ ପହଞ୍ଚିଥିଲେ ।