ଭୂବନେଶ୍ୱର, ୧୮/୦୩ : ଓଡ଼ିଶା ସରକାର ଭୁବନେଶ୍ୱରରୁ ତ୍ରିସୁଲିଆ ପର୍ଯ୍ୟନ୍ତ ପ୍ରସ୍ତାବିତ ଟ୍ରେନ୍ ସେବାକୁ କଟକ ପର୍ଯ୍ୟନ୍ତ ବିସ୍ତାର କରିବାକୁ ଯୋଜନା କରୁଛନ୍ତି। ମେଟ୍ରୋ ପ୍ରକଳ୍ପର କାର୍ଯ୍ୟକ୍ଷମତାକୁ ନେଇ ମନ୍ତ୍ରୀ କହଛନ୍ତି, ମେଟ୍ରୋର ଆବଶ୍ୟକତା ରହିଛି । ପୂର୍ବ ସରକାର ଭୁବନେଶ୍ବରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋର ପରିକଳ୍ପନା କରିଥିଲେ ।
ହେଲେ ଲୋକେ ତ୍ରିଶୁଳିଆ ପର୍ଯ୍ୟନ୍ତ ଯାଇ କ’ଣ କରିବେ ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ, କଟକ ଯିବା ଦରକାର । ଏଥିସହିତ ଏବେ ତ୍ରିଶୁଳିଆ ଯାଏଁ ନୁହଁ, ସିଧା କଟକକୁ ମେଟ୍ରୋ ଯୋଡିହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । କଟକ ଯାଏଁ ମେଟ୍ରୋ ଯୋଡ଼ି ହେବା ନେଇ ଏକ କମିଟି ଅନୁଧ୍ୟାନ କରୁଛି । ଟେକ୍ନିକାଲ ଲୋକଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ଏବଂ ଏହି କମିଟି ସର୍ଭେ ମଧ୍ୟ କରିଛି । ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।