ଘନ ସାରଙ୍କ ସ୍ଵନକ୍ଷତ୍ର ଦିବସ ପାଳିତ
___ ବାଳକାଟିର ଶିକ୍ଷକ ଘନଶ୍ୟାମ ସାହୁଙ୍କ ୮୬ ତମ ସ୍ଵନକ୍ଷତ୍ର ଦିବସ ପାଳିତ ହୋଇଯାଇଛି। ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଅଖିଳଚକ୍ର ଯାଜପୁରର ସାଧାରଣ ସଂପାଦକ ହରେକୃଷ୍ଣ ପଣ୍ଡା, ମୁଖ୍ୟ ବକ୍ତା ଭାବେ ଇଞ୍ଜିନିୟର ନିଳାଦ୍ରୀ ଭୁଷଣ ମହାପାତ୍ର, ସମ୍ମାନିତ ଅତିଥି ଭାବେ ସମାଜସେବୀ ଓ ପ୍ରାକନ୍ତ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଧରଣୀଧର ପାତ୍ର,ବିକେବି ହାଇସ୍କୁଲ ହାବଳଗଣ୍ଡ ପାଟଣାର ପ୍ରଧାନଶିକ୍ଷକ ସଞ୍ଜୟ କୁମାର ସାମଲ,ଆଳି ନାଗରିକ ମଞର ସଭାପତି ଧନେଶ୍ଵର ରାଉତ ସମ୍ପାଦକିୟ ବିବରଣି ପାଠ କରିଥିଲେ। ଅକ୍ଷୟ କୁମାର ପଣ୍ଡା ମଞକୁ ଆହ୍ୱାନ କରିଥିଲେ ଏବଂ ଶିକ୍ଷକ ପ୍ରମୋଦ କୁମାର ମଲ୍ଲିକ ସ୍ଵାଗତ ଭାଷଣ ଦେଇଥିଲେ। ପଞାୟତ ହାଇସ୍କୁଲ ବାଳକାଟିର ପ୍ରଧାନଶିକ୍ଷକ ରମାକାନ୍ତ ବିଶ୍ଵାଳ ଶିକ୍ଷାବିତ ନରହରି ପାତ୍ର,ସୁଶାନ୍ତ କୁମାର ନାୟକ, ପଣ୍ଡିତ ବଟକୃଷ୍ଣ ପଣ୍ଡା,ଲୋତକ ବିନ୍ଦୁ ଦାଶ ପ୍ରମୁଖ ଘନ ସାରଙ୍କ ପାଞ ଝିଅ, ଜୋଇଁ,ନାତି,ନାତୁଣୀ ମାନେ ତଥା ଅନିରୁଦ୍ଧ ବେଉରିଆ ସାରଙ୍କ ଗୁଣାବଳୀ ଆଲୋଚନା କରିଥିଲେ।ପୁସ୍ତକ ସମର୍ପଣ ଉନ୍ମୋଚନ ସହ ବ୍ୟକ୍ତି ବିଶେଷଙ୍କୁ ମାନପତ୍ର,ଉତ୍ତରୀୟ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।ନାଗରିକ ମଞର ଯୁଗ୍ମ ସମ୍ପାଦକ ସହଦେବ ସିଂ , ସାମ୍ବାଦିକ ସରୋଜ କୁମାର ସାହୁ ସହଯୋଗ କରିଥିଲେ।ବସନ୍ତ ନିଳୟ ସାହିତ୍ୟ ସଂସଦର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ନନ୍ଦ ଧନ୍ୟବାଦ୍ ଅପଣ କରିଥିଲେ।ବ୍ୟୁରୋ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ