ଏଜେଣ୍ଟ ବିଶ୍ରାମ ଦିବସ ଢେଙ୍କାନାଳ ଶାଖାର ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ
ଅଦ୍ୟ ତା 19/03/2025 ଭାରତୀୟ ଜୀବନବିମା ନିଗମ ସର୍ବ ଭାରତୀୟ ସ୍ତରରେ ଏଜେଣ୍ଟ ମାନଙ୍କ ସଙ୍ଘ ଡାକରାରେ ଦିଲ୍ଲୀର ରାମଲୀଳା ମୈଦାନରେ ପ୍ରତିବାଦ ସଭା ଅନୁଷ୍ଠିତ ହେଉଛି ଏବଂ ତାଙ୍କୁ ସମଥନ ଜଣାଇ ଭାରତୀୟ ଜୀବନ ବିମା ନିଗମ ପ୍ରତ୍ୟେକ ଶାଖାରେ ଏଜେଣ୍ଟ ମାନେ କାମ ବନ୍ଦ କରି ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ ଜଣାଇଛନ୍ତି। ଆଜି ଢେଙ୍କାନାଳ ଜୀବନ ବୀମା ଶାଖା ସମ୍ମୁଖରେ ବରିଷ୍ଠ ସଭ୍ଯ ଉଦୟ ନାଥ ମହାନ୍ତିଙ୍କ ନେତୃତ୍ବରେ ତଥା ରମେଶ ଚନ୍ଦ୍ର ସାମଲ, ପ୍ରସାନ୍ତ ଭୂଇଁଆ, ପ୍ରଫୁଲ୍ଲ କୁମାର ଦାସ, ମିହିର କୁମାର ଶତପଥୀ,ଶଶଧର ସାହୁ,ବୈକୁଣ୍ଠ ଚରଣ ସାହୁ,ଅଜୟ କୁମାର ବେହେରା, ସୁଧିର କୁମାର ସାହୁ,ନଗେନ ଧଳ ସହିତ ସମସ୍ତ ସଦସ୍ୟଙ୍କ ଉପସ୍ଥିତ ଶାନ୍ତିପୂର୍ଣ୍ଣ ଭାବରେ ବିଶ୍ରାମ ଦିବସ ପାଳନ କରାଗଲା ।