ରୁଙ୍ଗଟା ଇସ୍ପାତ କାରଖାନା ରେ ବଡ଼ ବିସ୍ପୋରଣ ରେ ପ୍ରାୟ ୪ ଜଣ ଶ୍ରମିକ ଗୁରୁତର ଆହାତ। ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି।ଆଜି ଦିନ ଦି ପ୍ରହର ୨.୩୦ ରୁ ୩ ଟା ମଧ୍ୟରେ ବ୍ଲାଷ୍ଟ୍ ଫର୍ଣ୍ଣେସ୍ ୪ ରେ ହଠାତ୍ ବିସ୍ପୋରଣ ଘଟି କାରଖାନା ଅଞ୍ଚଳରେ ଶବ୍ଦ ସହିତ ଧୂଆଁ ମୟ ହୋଇଯାଇଥିଲା।ଖବର ରୁ ଜଣା ପଡ଼ୁଛି ଯେ ଏହି ବିସ୍ଫୋରଣ ରେ ଗୁରୁତର ଆହାତ ଶ୍ରମିକ ମାନଙ୍କୁ ଚିକିତ୍ସ ପାଇଁ ମେଡିକାଲ ପଠାଇଥିବା ବେଳେ ବିସ୍ପୋରଣ ର କାରଣ ଜଣା ପଡ଼ିନାହିଁ। ଏବଂ ମୃତାହତ ର ଖବର ସଠିକ୍ ଜଣା ପଡି ନାହିଁ। ରୁଙ୍ଗଟା କାରଖାନାରେ ଦୁର୍ଘଟଣା କ୍ଷେତ୍ରରେ ନିଦିନିଆ ଘଟଣା ପାଲଟିଥିବା ଯୋଗୁଁ ସରକାର ଙ୍କ ଶିଳ୍ପ ବିଭାଗ ର ପାରିବା ପଣିଆ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶିଳ୍ପାଞ୍ଚଳ ରେ ଦୁର୍ଘଟଣାରେ ପ୍ରଥମ ସ୍ଥାନ ଅଧିକାର କରି ଶ୍ରମିକ ସୁରକ୍ଷା ଓ ଫ୍ୟାକ୍ଟ୍ରି ଏବଂ ବଏଲର ବିଭାଗର ରୁଙ୍ଗଟା କାରଖାନା ର ମଧୁ ଚନ୍ଦ୍ରିକା ଯୋଗୁଁ ଦୁର୍ଘଟଣା ବାରମ୍ବାର ଘଟୁଥିବା ସନ୍ଦେହ ସାଧାରଣରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି। ଆଗାମୀ ଦିନରେ ସରକାର ଙ୍କ ଶିଳ୍ପ ବିଭାଗ ର ନିଦ କେବେ ଭାଙ୍ଗିବ ଏବଂ ଶ୍ରମିକମାନଙ୍କୁ ସୁରକ୍ଷା ପାଇଁ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।