ବୌଦ୍ଧ: ଚାଉଳ ବୋଝେଇ ଟ୍ରକ୍ରେ ଚାଲାଣ ହେଉଥିଲା ଗଞ୍ଜେଇ। ପୋଡ଼ାପଦର୍ ହାଇସ୍କୁଲ ପଡିଆ ନିକଟରେ ମାଡ଼ି ବସିଲା ପୋଲିସ। ଟ୍ରକ୍ରୁ ଜବତ ହେଲା ୧୨ କ୍ଵିଣ୍ଟାଲ ଗଞ୍ଜେଇ। ଗାଡ଼ି ସହିତ ୨ ଜଣଙ୍କୁ ଗିରଫ କଲା ଘଣ୍ଟାପଡ଼ା ପୋଲିସ। ବୌଦ୍ଧ ଜିଲ୍ଲା ପୋଡ଼ାପଦର୍ ହାଇସ୍କୁଲ ପଡିଆ ନିକଟରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ଫିଲ୍ମ ଷ୍ଟାଇଲ୍ରେ ଚାଲାଣ ହେଉଥିଲା ଗଞ୍ଜେଇ। ଏକ ଚାଉଳ ବୋଝେଇ ଟ୍ରକରେ ବିପୁଳ ପରିମାଣର ଗଞ୍ଜେଇ ଲୁଚାଇ ଚାଲାଣ କରାଯାଉଥିଲା। ଏନେଇ ଏକ ବିଶେଷ ସୂତ୍ରରୁ ଖବର ପାଇ ବାଟରେ ଛକି ବସିଥିଲା ପୋଲିସ। ପୋଡ଼ାପଦର୍ ହାଇସ୍କୁଲ ପଡିଆ ନିକଟରେ ଟ୍ରକ୍ଟି ଯାଉଥିବା ବେଳେ ମାଡ଼ି ବସିଲା ଘଣ୍ଟାପଡ଼ା ପୋଲିସ।ଉକ୍ତ ଗାଡ଼ିରୁ ୧୨ କ୍ଵିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଚାଲାଣରେ ବ୍ୟବହୃତ ଟ୍ରକ୍କୁ ଜବତ କରି ଘଟଣାରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଏହା ସହ ଘଟଣାର ତଦନ୍ତ କରୁଛି ଘଣ୍ଟାପଡ଼ା ପୋଲିସ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


