ଧର୍ମ ଧାରାରେ ବାଲିସାହିର ଶ୍ରୀ ଦଧିବାବନ

__ ଭୁଇଁପୁର ଗ୍ରାମପଞ୍ଚାୟତର ବାଲିସାହି ସ୍ଥିତ ଶ୍ରୀ ଦଧିବାବନ ମନ୍ଦିର ,ଶ୍ରୀ ଲକ୍ଷ୍ମୀ ବରାହ ଦେମାଳର ଏଣ୍ଡାମେଣ୍ଡ କମିଶନ ଅନ୍ତର୍ଭୁକ୍ତ ହୋଇଥିବାରୁ ଟ୍ରଷ୍ଟି ମୁଖ୍ୟ ଆଳିର ରାଜାସାହେବ ଶ୍ରୀବ୍ରଜକେଶରୀ ଦେବ ଉକ୍ତ ମନ୍ଦିରର ସୁରକ୍ଷା,ନିତୀ କାନ୍ତି ନିମିତ୍ତ ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଦର୍ଶନରେ ଆସିଥିଲେ।ରାଜା ସାହେବଙ୍କୁ ଖରକା ବଜାର ଠାରୁ ବାଣ ଓ ବାଦ୍ୟ ରୋଷଣୀରେ ଗ୍ରାମ ପରିଭ୍ରମଣ କରାଯାଇ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ତଥା ମନ୍ଦିର ପରିଚାଳନା କମିଟିର ସଦସ୍ୟମାନଙ୍କ ସହ ଆଲୋଚନା କରି ରାଜାସାହେବ ମନ୍ଦିରର ଉନ୍ନତି କଳ୍ପେ ସମସ୍ତ ସହଯୋଗ ପ୍ରଦାନ କରିବାର ପ୍ରତିଶ୍ରୁତି ରଖିଥିଲେ। ପରିଚାଳନା କମିଟି ତରଫରୁ ରାଜାସାହେବଙ୍କୁ ପୁଷ୍ପଗୁଚ୍ଛ,ଉତ୍ତରୀୟ ପ୍ରଦାନ କରାଯାଇ ଥିଲା ଓ ମହିଳା ମାନେ ରାଜାସାହେବଙ୍କୁ ବନ୍ଦାପନା କରିଥିଲେ। ପରିଶେଷରେ ଅନ୍ନପ୍ରସାଦ ଗ୍ରହଣ ପରେ ଜୟ ଜୟ ଧ୍ୱନିରେ କାର୍ଯ୍ୟ ସମାପ୍ତି ହୋଇଥିଲା।ବ୍ୟୁରୋ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ
