ଜନତା ସରକାରୀ ହାଇସ୍କୁଲରେ ଅନ୍ତର୍ଜାତୀୟ ବନ ଦିବସ ପାଳିତ
ଅରଣ୍ୟ ସମ୍ପଦ ସମଗ୍ର ବିଶ୍ୱ ପାଇଁ ପ୍ରକୃତିର ଏକ ବରଦାନ
ବରଗଡ଼(ପବିତ୍ର ମେହେର) ::ଆମର ଖାଦ୍ୟ,ଔଷଧ ଓ ଇନ୍ଧନ ସମେତ ଦୈନନ୍ଦିନର ଆବଶ୍ୟକତାକୁ ପୂରଣ କରୁଥିବା ଅରଣ୍ୟ ସମ୍ପଦ ସମଗ୍ର ବିଶ୍ୱ ପାଇଁ ପ୍ରକୃତିର ଏକ ବରଦାନ। ତେଣୁ ଛାତ୍ରାବସ୍ଥାରୁ ଶିକ୍ଷାର୍ଥୀମାନଙ୍କୁ ଅରଣ୍ୟ ସଂପଦର ସୁରକ୍ଷା ନିମନ୍ତେ ସଚେତନ କରିବା ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ ଅର୍ନ୍ତଜାତୀୟ ବନ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଇକୋ କ୍ଲବ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀ ଚଳିତ ବର୍ଷ ଆନ୍ତର୍ଜାତୀୟ ବନ ଦିବସ ପ୍ରସଙ୍ଗ “ଜଙ୍ଗଲ ଓ ଖାଦ୍ୟ ” ବିଷୟରେ ଆଲୋକପାତ କରିବା ସହିତ ଜଙ୍ଗଲ ସମ୍ପଦର ସୁରକ୍ଷା, ସଂରକ୍ଷଣ ଓ ପୁନରୁଦ୍ଧାରର ଆବଶ୍ୟକତା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଧାରଣା ପ୍ରଦାନ କରିଥିଲେ।ଶିକ୍ଷକ ତେଜରାମ ସା ଓ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନାୟକ ଜଙ୍ଗଲ ସଂପଦର ସଂରକ୍ଷଣ ସମସ୍ତଙ୍କର ନୈତିକ ଦାୟିତ୍ୱ ବୋଲି ମତ ବ୍ୟକ୍ତ କରିଥିଲେ।ଏଥିରେ ବିଦ୍ୟାଳୟର ବୀର ସୁରେନ୍ଦ୍ର ସାଏ ଇକୋ କ୍ଲବ, ଶକ୍ତି କ୍ଲବ, ମାନକ କ୍ଲବ,ହୋମି ଭାବା ବିଜ୍ଞାନ କ୍ଲବଏବଂ ସାର୍ ସିଭି ରମଣ ବିଜ୍ଞାନ କ୍ଲବର ସଦସ୍ୟ ଅଂଶ ଗ୍ରହଣ କରିଥିଲେ।ଶିକ୍ଷକ ଶ୍ରୀପତି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


