ପ୍ରଦୀପ ମାଝୀଙ୍କୁ ନେଇ ବଢିଛି ସସପେନ୍ସ : ଛାଡି ପାରନ୍ତି ବିଜେଡି
ଭୂବନେଶ୍ବର, ୨୨/୦୩ : ବିଜେଡି ନେତା ପ୍ରଦୀପ ମାଝୀଙ୍କୁ ନେଇ ବଢିଛି ସସପେନ୍ସ। ସେ ଯେପରି ଭାଷଣ ଦେଉଛନ୍ତି, ସେଥିରୁ ଅନୁମାନ କରାଯାଉଛି ଯେ, ସେ ବିଜେଡି ଛାଡିପାରନ୍ତି । ସେ କହିଛନ୍ତି କଂଗ୍ରେସରେ କାମ କରିବାର ମଜା ଅଲଗା ଅଛି। ଭକ୍ତ ଦାସ ସଭାପତି ହେବା ପରେ ତାଙ୍କ ସହିତ କଥା ହୋଇ ଅଭିନନ୍ଦନ ଜଣାଇଛି। ଏହା କହିବା ପରେ ରାଜ୍ୟ ରାଜନୀତିରେ ବିଭିନ୍ନ ସନ୍ଦେହ ସୃଷ୍ଟି ହେବାରେ ଲାଗିଛି।
କାରଣ ହେଲା ପ୍ରଦୀପ ହେଉଛନ୍ତି ବ୍ରାଣ୍ଡେଡ କଂଗ୍ରେସ ନେତା। ପରିସ୍ଥିତିରେ ପଡି ସେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଛନ୍ତି। ହେଲେ ବିଜେଡିର ତାଙ୍କର ଭବିଷ୍ୟତ ସେପରି କିଛି ଉନ୍ନତି ହୋଇପାରୁ ନାହିଁ। କଂଗ୍ରେସର ସଭାପତି ଭକ୍ତ ଦାସ ହେବା ପରେ ବହୁ କଂଗ୍ରେସ ନେତାଙ୍କ ଘର ବାହୁଡା ଆରମ୍ଭ ହୋଇଛି। ସେହି ପରିପ୍ରେକ୍ଷୀରେ ପ୍ରଦୀପ ପୁଣି କଂଗ୍ରେସକୁ ଫେରିବେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି।