ବନେଶ୍ୱର, ୨୩/୦୩ : ବାଲିଯାତ୍ରାକୁ ଐତିହ୍ୟ ମାନ୍ୟତା ଦେବା ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ବିଧାନସଭାରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଦେଲେ ଲିଖିତ ଉତ୍ତର । ବାଲିଯାତ୍ରା ସମ୍ବନ୍ଧରେ ଜ୍ଞାନ ଥିବା ବିଶେଷଜ୍ଞଙ୍କୁ ନେଇ କମିଟି ଗଠନ କରାଯାଇଛି । କଟକର ଐତିହାସିକ ବାଲିଯାତ୍ରାକୁ ମିଳିସାରିଛି ଜାତୀୟ ମାନ୍ୟତା ।
ପୂର୍ବରୁ ଏ ନେଇ ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶ୍ରୁତି ଦେଇଥିଲେ । ଏସିଆ ମହାଦେଶର ସବୁଠାରୁ ବଡ଼ ବାଣିଜ୍ୟିକ ଯାତ୍ରା ହେଉଛି ବାଲିଯାତ୍ରା । ପ୍ରତିବର୍ଷ କଟକରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ । ଲକ୍ଷ ଲକ୍ଷ ଲୋକ ଯାତ୍ରା ଦେଖିବା ପାଇଁ ଭିଡ଼ ଜମାନ୍ତି । ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରାର ଆୟୋଜନ କରାଯାଏ । ୨୦୨୪-୨୫ରେ ନଭେମ୍ବର ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଅନୁଷ୍ଠିତ ହୋଇ୍ଥିଲା ।